ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର ):-ତା. ୧୦/୦୪-ଓଡ଼ିଆ ପକ୍ଷ ପାଳନ ଅବସରରେ ତା ୧୦.୪.୨୦୨୫ ରିଖ “ଲୋକକଳା ପାଇଁ ଦିନଟିଏ” ପାଳନ ଭିତ୍ତିରେ ଜିଲ୍ଲା ସ୍ଥରୀୟ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ସମସ୍ତ ବ୍ଲକର ବ୍ଲକ କଳା ସଂସ୍କୃତି ସଙ୍ଘର ଉପସଭାପତି ଓ ସହ କଳାକାରମlନେ ଯୋଗଦେଇଥିଲେ l ଏହି ଉତ୍ସବକୁ ସମ୍ମାନୀୟ ଜିଲ୍ଲାପାଳ ରାୟଗଡ଼ ଶ୍ରୀମତୀ ପାରୁଲ ପଟାୱରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ବରିଷ୍ଠ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦ୍ଧେଶକ ଶ୍ରୀ ବସନ୍ତ କୁମାର ପ୍ରଧାନ, ପୂର୍ବତନ ଯୁଗ୍ମ ନିର୍ଦେଶକ ଶ୍ରୀ ଜଳନ୍ଧର ପୁଷିକା ଯୋଗଦାନ କରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l
ମହା ଆଡମ୍ବରରେ ପାଳନ କରାଯିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଉକ୍ତ ଦିନ ଜିଲ୍ଲାର ପ୍ରମୁଖ ଲୋକକଳା କଳାକାର ମlନେ ଲୋକନୃତ୍ୟ ପରିବେଷଣ କରିଥିଲେ l ତତ ସହିତ ଲୋକକଳା କଳାକାର ଏବଂ ବରିଷ୍ଠ ଗୁରୁ ମାନଙ୍କୁ ସମ୍ମାନିତ କରାଯାଇଥିଲl l ଏହା ଦ୍ୱାରା ଲୋକକଳା ଅଧିକରୁ ଅଧିକ ମାତ୍ରାରେ ଯୁବ ପିଢ଼ି ଙ୍କ ଦ୍ୱାରା ଆଦୃତ ହୋଇ ପାରିବ l ଏହି କାର୍ଯ୍ୟକ୍ରମକୁ ସଂଗୀତଜ୍ଞ ପ୍ରଶାନ୍ତ କୁମାର ନାୟକ ସଂଯୋଜନା କରିଥିଲେ ଲ
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।