ଗଞ୍ଜାମ (ଆମ ଓଡିଶା ଖବର)୧୯-୦୪-୨୦୨୫ ତାରିଖ ଶନିବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ଷ୍ଟେସନରୋଡ଼ ସ୍ଥିତ ପ୍ରାଚୀନ ପୁରୁଷୋତ୍ତମ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଏକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସତସଙ୍ଗରେ ଭକ୍ତ ମାନଙ୍କ ଦ୍ୱାରା ଶ୍ରୀ ରାମଙ୍କ ପୂଜାର୍ଚ୍ଚନା ସହିତ ଭଜନ ସଂକୀର୍ତ୍ତନ କରାଯାଇଥିଲା। ପ୍ରଭୁ ଶ୍ରୀରାମଙ୍କ ଏହି ପ୍ରାଚୀନ ମନ୍ଦିର ପରିସରରେ ଅନୁଷ୍ଠିତ ସତସଙ୍ଗ କାର୍ଯ୍ୟକ୍ରମରେ ଉମାଶଙ୍କର ସାହୁ,ଅଜିତ କୁମାର ମହାପାତ୍ର,ବିଷ୍ଣୁ କିଙ୍କର ମହାପାତ୍ର,
ପ୍ରଶାନ୍ତ କୁମାର କର, ଅରବିନ୍ଦ ସାହୁ, ଦୀନବନ୍ଧୁ ପାତ୍ର, ପ୍ରସନ୍ନ କୁମାର ପାତ୍ର, ପ୍ରକାଶ ଚନ୍ଦ୍ର ବେହେରା, ପି.ଲୋକନାଥ ପାତ୍ର, ପ୍ରେମାନନ୍ଦ ପଟ୍ଟନାୟକ, ଅଜୟ କୁମାର ପାଳ, ଏନ.ହରିକ୍ରୀଷ୍ଣା, ରଞ୍ଜିତ କୁମାର ପାତ୍ର, ବିନୋଦିନୀ ପଟ୍ଟନାୟକ, ସୁବ୍ରତ କୁମାର ଦାଶ ଆଦି ଯୋଗଦେଇ ରାମକଥା ଏବଂ ପ୍ରାଚୀନ ରାମମନ୍ଦିର ପୁନରୁଦ୍ଧାର ସମ୍ବନ୍ଧରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପୁରୁଷୋତ୍ତମ ଶ୍ରୀରାମ ଭଗବାନଙ୍କ ଏହି ସତସଙ୍ଗ କାର୍ଯ୍ୟକ୍ରମ ସୂଚାର ରୂପେ ସମ୍ପାଦିତ ହୋଇଥିଲା।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ