କଟକ (ଆମ ଓଡ଼ିଶା ଖବର )କଟକ ଜିଲ୍ଲା ସାଲେପୁର ବ୍ଲକ୍ କିସିନାପୁର ଗ୍ରାମରେ ଚାଟେଶ୍ୱର ମନ୍ଦିର ର ଅଳ୍ପ ଦୂର ସାହୁଘର ପାଖ ନାଳ ବନ୍ଧ ନିକଟରେ ଏକ କଦମ୍ବ ଗଛ ଥିଲା ଗତ ସେହି ଗଛକୁ କିଛି ଦିନ ତଳେ ଘଡ ଘଡି ମାରିଥିଲା ଗଛଟି ମରିଯାଇଥିଲା । ୩ ତାରିଖ ଦିନ କାଳ ବୈଶାଖୀ ସମୟରେ ଘଡ ଘଡି ସେହି ଗଛକୁ ଦ୍ୱିତୀୟ ଥର ମାରିଥିଲା । ଏତେ ବର୍ଷା ପରେ ବି ନିଆଁ ଲିଭିନଥିଲ ୫ ତାରିଖ ରାତି ରେ ଦେଖିଲା ବେଳକୁ ଗଛରେ ନିଆଁ ଜୋର୍ ରେ କୁହୁଲୁଛି ,ପାଖରେ ଲୋକ ମାନଙ୍କ ଘର ଥିବାରୁ ମୁଗ ବିରି ଅମଳ ପାଇଁ ଗଦା ହୋଇଥିବାରୁ ଲୋକମାନଙ୍କୁ ଭୟ ହେବାରୁ ସାଲେପୁର ଅଗ୍ନିଶମ ବିଭାଗକୁ ଡକା ଯିବାରୁ ଅଗ୍ନିଶମ କର୍ମଚାରି ଆସି ରାତ୍ରୀରେ ନିଆକୁ ଲିଭାଇଥିଲେ । ତାପରେ ଲୋକମାନେ ଆଶ୍ବସ୍ତ ହୋଇଥିଲେ ।
କଦମ ଗଛରେ କୁହୁଳୁଛି ନିଆଁ l


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।