ଜ଼ିଲ୍ଲା ପ୍ରେସକ୍ଲବର ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ, ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ ଭାବେ ନବ ନିର୍ବାଚିତ।

ଖୋର୍ଦ୍ଧା ଜ଼ିଲ୍ଲା (ଆମ ଓଡିଶା ଖବର )ପ୍ରେସ କ୍ଲବର ନିର୍ବାଚନ ୨୦୨୫- ୨୦୨୬ ବର୍ଷ ନିମନ୍ତେ ଯଥାକ୍ରମେ ନିର୍ବାଚିତ କାର୍ଯ୍ୟକ୍ରମ ସରିଯାଇଛି। ପ୍ରେସ କ୍ଲବର ବୟଯେଷ୍ଟ, ବରିଷ୍ଠ ସାମ୍ବାଦିକ ତପନ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ନିର୍ବାଚନ ସଭାରେ ପରିଚାଳନା ଅଧିକାରୀ ଭାବରେ ଅବ୍ୟକ୍ତ ହରି ହର ଖାଡ଼ଙ୍ଗାଙ୍କୁ ମୁଖ୍ଯ ଦାଇତ୍ବ ଦିଆଯାଇଥିଲା। ପ୍ରେସ କ୍ଲବ ପରିଚାଳନା ପରିଷଦ ସଦସ୍ୟ ମାନଙ୍କ ମତାମତ ଅନୁଯାଇ ସର୍ବସମ୍ମତିକ୍ରମେ ପ୍ରେସକ୍ଲବର କର୍ମକର୍ତ୍ତା ଚୟନ କରାଯାଇଥିଲା।   ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟଙ୍କୁ ସଭାପତି ଭାବେ ନାମ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ଈଶ୍ୱର ଚନ୍ଦ୍ର ମଙ୍ଗରାଜ ଓ କୃଷ୍ଣ ଚନ୍ଦ୍ର ଦାଶ ସମର୍ଥନ କରିଥିଲେ। ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ନାମ ସମ୍ପାଦକ ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ପ୍ରସନ୍ନ ପାଇକରାୟ ଏବଂ ମହମ୍ମଦ ମୋତାହାର ୟୁସୁଫ ସମର୍ଥନ କରିଥିଲେ। ଉପ-ସଭାପତି ଭାବେ ପ୍ରସନ୍ନ ପାଇକରାୟ ଓ ଲଳିତ ମୋହନ ମହାପାତ୍ର, ଯୁଗ୍ମ ସମ୍ପାଦକ ଭାବେ ରଞ୍ଜିତ କୁମାର ପାଟଶାଣୀ ଓ ଗୋପାଳ କୃଷ୍ଣ ପ୍ରଧାନ, ସହ-ସମ୍ପାଦକ ସୟଦ ଲିୟାକତ ଅଲ୍ଲୀ, କୋଷାଧକ୍ଷ ଶୁଭ୍ରକାନ୍ତ ମହାପାତ୍ର, ଆବାହକ ପ୍ରକାଶ କୁମାର ହାତୀ, ଆଇନ ପରାମର୍ଶଦାତା ଅବ୍ୟକ୍ତ ହରି ହର ଖାଡ଼ଙ୍ଗା ଓ ସଂଗ୍ରାମ କେଶରୀ ହୋତା, ମୁଖ୍ୟ ପରାମର୍ଶଦାତା, ତପନ କୁମାର ନାୟକ, ଗଣମାଧ୍ୟମ ସଂଯୋଜକ ଭାବେ ସନ୍ତୋଷ ଚୌଧୁରୀ ଏବଂ ପରିଚାଳନା ସଦସ୍ୟ ଭାବେ, ଗୋପାଳ କୃଷ୍ଣ ଦାସ, ରାମ ନାରାୟଣ ଦାଶ, ସନ୍ଦୀପ ବର୍ମନ, ପ୍ରଭାତ ପାଣିଗ୍ରାହୀ, ରଞ୍ଜିତ ସାମନ୍ତରାୟ, ଗୋବିନ୍ଦ ଚନ୍ଦ୍ର ପଣ୍ଡା, ସନ୍ତୋଷ ବାରିକ, ପ୍ରବୀଣ ଭଞ୍ଜ, ପ୍ରକାଶ ପଟ୍ଟନାୟକ ଓ ଜିତେନ୍ଦ୍ର ଭଞ୍ଜ ନିର୍ବାଚିତ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଖାଡ଼ଙ୍ଗା ଘୋଷଣା କରିଥିଲେ। ପ୍ରେସ କ୍ଲବ ପକ୍ଷରୁ ନବନିର୍ବାଚିତ ସଦସ୍ୟ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଆଗାମୀ ଦିନରେ ଖୋର୍ଦ୍ଧା ଜ଼ିଲ୍ଲା ପ୍ରେସ କ୍ଲବକୁ ସମସ୍ତ ସଦସ୍ୟ ମାନଙ୍କ ସହଯୋଗ ରେ ରାଜ୍ୟରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ ଗଢିତୋଳିବାକୁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ନବ ନିର୍ବାଚିତ ସଭାପତି ଶ୍ରୀଯୁକ୍ତ ସାମନ୍ତରାୟ ନିଜର ମନ୍ତବ୍ଯ ରଖିଥିଲେ। ଆହୁରୀ ମଧ୍ଯ ଶ୍ରୀ ସାମନ୍ତରାୟ କହିଥିଲେ ମୋ ଉପରେ ପୁନଃ ଆସ୍ଥା ପ୍ରକଟ କରି ସଭାପତି ଭାବରେ ନିର୍ବାଚିତ କରିଥିବାରୁ ଖୋର୍ଦ୍ଧା ଜ଼ିଲ୍ଲା ପ୍ରେସକ୍ଲବର ସମସ୍ତ ସଦସ୍ୟ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!