ରାୟଗଡ-ତା (ଆମ ଓଡିଶା ଖବର) -୧୦-୫-ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଇଗ୍ନୋଉ ପାଠ୍ୟକେନ୍ଦ୍ର ତରଫରୁ ଆଜି ପ୍ରାରମ୍ଭିକ ଅଧିଷ୍ଠାପନ କାର୍ଯ୍ୟକ୍ରମ (induction )ସୁବର୍ଣ୍ଣ ଜୁବୁଲି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କଲେଜ ଅଧ୍ୟକ୍ଷା ଡ. ସରସ୍ବତୀ ରାୟ ପ୍ରଥମେ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ କରିଥିଲେ। ତାପରେ ଇଗ୍ନୋଉ ପାଠ୍ୟକ୍ରମ, ପରୀକ୍ଷା ପଦ୍ଧତି ଓ ଅନ୍ୟାନ୍ୟ ନୀତି ନିୟମ ସମ୍ବନ୍ଧରେ ସେମାନଙ୍କୁ ଅବଗତ କରାଇଥିଲେ। କଲେଜର ପରୀକ୍ଷା ନିୟନ୍ତ୍ରକ ୱାଇ. ଭି. ସାଇମାଧବ ଇଗ୍ନୋଉ ପାଠ୍ୟକ୍ରମର ଉପଯୋଗୀତା ସମ୍ପର୍କରେ ବୁଝେଇ ଥିଲେ। ଏଥିରେ ସହଯୋଗୀତା କରିଥିଲେ ପି. ଅରୁଣ କୁମାର, ଭୀମ ପଣ୍ଡା, ଭି. ଶ୍ରୀକାନ୍ତ ଇତ୍ୟାଦି। କାର୍ଯ୍ୟକ୍ରମରେ ଆଠ ଶହରୁ ଉର୍ଧ୍ଵ ଛାତ୍ରୀଛାତ୍ର ଯୋଗ ଦେଇଥିଲେ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।