
ବେଗୁନିଆପଡା, (ଆମ ଓଡିଶା ଖବର):ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଭିକାପଡା ଗ୍ରାମର ଗ୍ରାମଦେବତୀ ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହୋଇ ମେ ୫ ତାରିଖରେ ପୂର୍ଣ୍ଣାହୁତି ହେବ । ବିଶିଷ୍ଟ ବ୍ରାହ୍ମଣ ମାନଙ୍କ ମନ୍ତ୍ର ଉଚ୍ଚାରଣ ସହ ସମ୍ପୂର୍ଣ ବୈଦିକ ରୀତିନୀତି ଅନୁସାରେ ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହେବାକୁ ଥିବାବେଳେ ଗ୍ରାମବାସୀ ତଥା ଗ୍ରାମର ବରିଷ୍ଠ ଲୋକଙ୍କୁ ନେଇ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଭିକାପଡା ଗ୍ରାମର ମନ୍ଦିର କମିଟିର ବିଶିଷ୍ଟ କାର୍ଯ୍ୟକର୍ତା ଶ୍ରୀ ମିଥୁନ ପରିଡା, ମୁରଲୀ ପରିଡା, ଧରମି ଦାସ ପ୍ରମୁଖ ତାଳସର ଗ୍ରାମରେ ପହଞ୍ଚି ଯୁବ ଆଇନଜୀବୀ ଶ୍ରୀ ପ୍ରିୟବ୍ରତ ପ୍ରଧାନ, ଯୁବ ସମାଜସେବୀ ଶ୍ରୀ ପବିତ୍ର ସାମନ୍ତରାୟ, ବୁଲୁ ଭୂୟାଁଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ନିମନ୍ତ୍ରଣ ପତ୍ର ପାଇବା ପରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ନିହାତି ଉପସ୍ଥିତ ରହି ଭଗବାନଙ୍କ କାର୍ଯ୍ୟରେ ସହଯୋଗ କରିବା ସହ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସୁରୁଖୁରୁରେ ହେବା ନେଇ ଆଶା ବାନ୍ଧିଛନ୍ତି ଯୁବ ଆଇନଜୀବୀ ଶ୍ରୀ ପ୍ରଧାନ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।