କୋରାପୁଟ (ଆମ ଓଡିଶା ଖବର )ତାରିଖ ୨୨/୦୫/୨୦୨୫
ସତରେ କଣ ଦୂର ହେବ କି ବହୁ ଚର୍ଚିତ ସୀମାନ୍ତ ଅଞ୍ଚଳ କୋଟିଆ କଳି l ଓଡ଼ିଶା ସୀମାନ୍ତ କୋଟିଆ ଅଞ୍ଚଳ ରେ ବସବାସ କରୁଥିବା ନୀରିହ ଲୋକେ ଗତ ଦିନ ମାନଙ୍କରେ ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଥିଲେ ସେଥିରୁ ମୁକ୍ତି ପାଇବେ ତ? ଓଡିଶା ରାଜ୍ୟର ଭୌଗଳିକ ଅବସ୍ଥିତି କାୟମ ରହିବ ନା ଆନ୍ଧ୍ର ସରକାର ନିଜ ମାନଚିତ୍ରରେ କୋଟିଆକୁ ସବୁଦିନ ପାଇଁ ଲିପିବୋଧ କରିବ ? ଏହି ସବୁ କୋଟିଆ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଙ୍କ ଦ୍ଵାରା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟି ଗଠନ ହେଇଥିବା ବିଶେଷ ସୂତ୍ରରୁ ଶୁଣିବାକୁ ମିଳୁଛି l କମିଟି ରେ ଗୃହ ବିଭାଗ ର ଏ ସି ଏସ, ଏସ୍ ସି/ଏସଟି ବିଭାଗ ପ୍ରମୁଖ ସଚିବ ସଦସ୍ୟ, ଗ୍ରାମ ଉନ୍ନୟନ ସଚିବ ଙ୍କ ସମେତ ଦକ୍ଷିଣାଞ୍ଚଳ ଆର ଡି ସି ସଦସ୍ୟ, ପଶ୍ଚିମାଞ୍ଚଳ ଡି ଆଇ ଜି, କୋରାପୁଟ ଜିଲ୍ଲାପାଳ, ଏସପି ସଦସ୍ୟ ଆଦି ବିଭିନ୍ନ ବିଭାଗରୁ ରାଜ୍ୟ ସରକାର ୧୬ ଜଣ ଙ୍କୁ ନେଇ କମିଟି ଗଠନ କରିଥିବା କଥା ଶୁଣିବାକୁ ମିଳୁଛି l କିନ୍ତୁ ସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ କି କଣ ସୀମାନ୍ତ କୋଟିଆ ସମସ୍ୟା ଦୂର ହେବ କି l ତାହା ସମୟ ହିଁ କହିବ l
କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।