କୋରାପୁଟ (ଆମ ଓଡିଶା ଖବର)ତାରିଖ ୨୨/୦୫/୨୦୨୫
କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଅନ୍ତର୍ଗତ କଶମ ପଦର ଗ୍ରାମ ପାଖରେ ବିଜାଘାଟି ଠାରୁ ଦାମନଯୋଡି ଯିବା ସମୟ ରେ କମଳ ଗୁଡା ଗ୍ରାମର କମାଣ୍ଡାର ଓଲଟି ଦୁର୍ଘଟଣା ଘିଟିଥିବା ଦେଖିବାକୁ ମିଳିଛି l ଆଜି ଦାମନଯୋଡି ସାପ୍ତାହିକ ହାଟ ଥିବାରୁ ପାଖା ପାଖି ୧୫ ରୁ ୧୮ ଜଣ ଲୋକ ହାଟକୁ ଯିବା ପାଇଁ କୋମାଣ୍ଡାର ରେ ବସିଥିଲେ l କୋମାଣ୍ଡାର ଯୋଗେ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ କାହାରିକୁ କିଛି ବେଶୀ ମାଡ଼ ନ ହେଇଥିବା ଶୁଣିବାକୁ ମିଳିଛି l ସେଇ ରାସ୍ତା ରେ ଯିବା ଆସିବା କରୁଥିବା ଲୋକଙ୍କ ସହଯୋଗ ଦ୍ଵାରା ସମସ୍ତେ ସୁରକ୍ଷା ର ସହିତ ଉଦ୍ଧାର ହେଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି l
କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ
More Stories
ମାଟି ଅତଡା ଖୋସି ରାଉଲକେଲା ଓ ହୀରାଖଣ୍ଡ ଟ୍ରେନ ବାତିଲ, ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତୀଲା ରାଉଲକେଲା ଟ୍ରେନ
କଂଗ୍ରେସ ଦଳର ଆସନ୍ତା ୨୯ ତାରିଖ ପାଇଁ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ
ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ – କୁସୁମଗୁଡା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉତ୍ସାହଜନକ ଅଂଶଗ୍ରହଣ