ରାୟଗଡା ଜିଲ୍ଲା (ଆମ ଓଡିଶା ଖବର)
ଟଳି ପଡ଼ୁଥିବା
ଗଛ କ୍ଷଣେ ଲୋଡ଼େ
ଢିରା ହେଉ ତା’ ଆଶ୍ରୟ
ଢିରା ମୂଳ ଯଦି
ମଜଭୁତ ନାହିଁ
ଗଛ ଟଳିବ ନିଶ୍ଚୟ।
ଥିରି ପବନ ବି
ଦୋହଲାଇ ଦେବ
ଗଛର ଦୁର୍ଦ୍ଦଶା ଦେଖି
ବତୁରା ମାଟି ବା
କେତେ ଜାବୁଡ଼ିବ
ଚେର ମୂଳ ଗଲେ ଶୁଖି।
ଜବାବ ସୁଆଲ
ଦେବାକୁ ସେ ଜଡ଼
କାଠୁରିଆ ଜାବେ କାବୁ
ଫଟା ତନୁରୁ ତା’
ବକ୍କଳ ଛାଡ଼ଇ
ଶିଠାଯୁକ୍ତ ଘନ ଆବୁ।
ଧୋତରା ଯେତିକି
କୋତରା ସେତିକି
ଜୈବିକ ସାର ବିହୁନେ
ହାପୁରିବା ଶବ୍ଦ
ହାବୁକା ନେଇଛି
ସୁପାତି ଲୋଡ଼ିନି ଦିନେ।
ଦମ୍ଭଥିଲା ବେଳେ
ତା’ ଡାଳ ପତର
ଭାଂଗିବା ଦୁଃଖ ସହିଛି
ଫୁଲ ଫଳ ଆଦି
ଯେ ଯେତେ ଟାଣିଲେ
ନିରବରେ ଆଦରିଛି।
ଚଲାବାଟ କଡେ
ତା’ ପରି ଅନେକ
ଢିରାର ଆଶ୍ରୟ ଲୋଡ଼ି
ଉପାଦାନ ବିନା
ଆୟୂଷ ସରିଛି
ଅକାଳେ ଉପୁଡ଼ି ପଡ଼ି।
ଚଇତି, ଫଗୁଣ
ଯଦି ଆଡ଼ମୁହାଁ
ନଶୁଭିବ ପିକ ସ୍ବନ
ଟଳି ପଡ଼ୁଥିବା
ଗଛର ବାହୁନା
ଉଡାଇ ନେବ ପବନ।
ଜୟଦେବ ସିଠ। ରାଣୀ ଗୁଡା ଫାର୍ମ, ରାୟଗଡ଼। ୯୪୩୭୫୨୭୩୪୯ ।


More Stories
ଗୁଣପୁର ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ପରିସରରେ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ।
୮୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ।
ଜିଲ୍ଲା ସ୍ତରୀୟ ଅନ୍ତଃ ବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ।