ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର):-ତା ୨୩. ୦୫. ୨୫- ରାୟଗଡ଼ ଜିଲ୍ଲା ସ୍ତରୀୟ ନୂତନ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆଜି ଜିଲ୍ଲାପରିଷଦ ରାୟଗଡ ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ,ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ, ବୈଷୟିକ ବିଭାଗ, ଓଡିଶା ସରକାର ଯୋଗଦେଇ ଜିଲ୍ଲାର ରାୟଗଡ, କୋଲନରl ବ୍ଲକ ଓ ପୌରାଞ୍ଚଳର ୨୦ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ନୂତନ ଖାଉଟି କାର୍ଡ ବଣ୍ଟନ କରିଥିଲେ। ପରବର୍ତ୍ତୀ ସମୟରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ନୂତନ ଖାଉଟି କାର୍ଡ ପ୍ରଦାନ କରାଯିବ ଏବଂ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ରାଜକିଶୋର ପାଣିଗ୍ରାହୀ, ଜିଲ୍ଲା ଯୋଗାଣ ଅଧିକାରୀ ଦାଶରଥି ସୋରେନ
ସାମିଲ ହୋଇ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l
ମାନ୍ୟବର ମନ୍ତ୍ରୀ ନିଜର ବକ୍ତବ୍ୟରେ କହିଲେ ନୂତନ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ସ୍ଵରୁପ ସୁଭଦ୍ରା ଯୋଜନା, କୃଷକଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ, ନୂତନ ଖାଉଟି କାର୍ଡ ପ୍ରଦାନ କରି ଲୋକଙ୍କ ମୁହଁରେ ହସ ଫୁଟାଇ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ ଜଣାଇଥିଲେ। ଖାଦ୍ୟ ସୁରକ୍ଷା ଯୋଜନା ରୁ ଯେପରି କୌଣସି ଗରିବ ଲୋକ, ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଯତ୍ନବାନ୍ ହୋଇ କାର୍ଯ୍ୟ କରିବା ପାଇଁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଙ୍କୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ରେ ଜିଲ୍ଲାର ଯୋଗ୍ୟ ହିତାଧିକାରୀ ଉପକୃତ ହେଉଛନ୍ତି। ଏହି କାର୍ଯ୍ୟକ୍ରମ ସମ୍ମାନିତ ଅତିଥି ଭାବେ ବିଡ଼ିଓ ରାୟଗଡ଼ ଶ୍ରୀ ସୁଜିତ ମିଶ୍ର,
ଭାଜପା ଜିଲ୍ଲା ସଭାପତି ଗୋପୀ ଆନନ୍ଦ,ସମାଜ ସେବି କଳିରାମ ମାଝୀ, ବସନ୍ତ ଉଲ୍ଲlକା,
ଯୋଗଦେଇ ହିତାଧିକାରୀଙ୍କୁ ନୂତନ ଖାଉଟି କାର୍ଡ ବଣ୍ଟନ କରିଥିଲେ। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ, ରାଜକିଶୋର ପାଣିଗ୍ରାହୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଯୋଗାଣ ବିଭାଗ ର ଅଧିକାରୀ,ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲାସ୍ତରୀୟ ନୂତନ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ଯୋଗଦେଇ ଖାଉଟି କାର୍ଡ ହିତାଧିକାରୀ ଙ୍କୁ ବଣ୍ଟନ କରି ସମସ୍ତଙ୍କୁ ଉତ୍ସାହିତ କରିଥିବାରୁ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ। ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।