କୋରାପୁଟ ଜିଲ୍ଲାପରିଷଦ ଅଧ୍ୟକ୍ଷା ଙ୍କ ନିଲାବାଡି ଆଶ୍ରମ ବିଦ୍ୟାଳୟ ସ୍ଥିତି ଅନୁଧ୍ୟାନ l

କୋରାପୁଟ (ଆମ ଓଡିଶା ଖବର) ଚଳିତ ବର୍ଷର କାଳ ବୈଶାଖୀ ସହ ଲଗାଣ ବର୍ଷା ରେ ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ ନିଲାବାଡି କନ୍ୟା ଆଶ୍ରମ ବିଦ୍ୟାଳୟ ପାଚେରୀ ଭାଙ୍ଗି ଯାଇଥିବା ଶୁଣି ସଙ୍ଗେ ସଙ୍ଗେ କୋରାପୁଟ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତି ସସ୍ମିତା ମେଲେକା ବିଦ୍ୟାଳୟକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି କୋରାପୁଟ ଜିଲ୍ଲାପାଳ ଓ ଆଦିବାସୀ ଉନ୍ନୟନ ବିଭାଗ ଅଧିକାରୀ ଙ୍କ ସହିତ ମୋବାଇଲ ମାଧ୍ୟମରେ କଥା ହୋଇ ବିଦ୍ୟାଳୟ ଛୁଟି ସମୟ ଭିତରେ ଭାଙ୍ଗି ଯାଇଥିବା ପାଚେରୀ ନିର୍ମାଣ କାର୍ଯ୍ୟ କରିବାକୁ ଜଣାଇଥିବା ବିଶେଷ ସୂତ୍ରରୁ ରୁ ଶୁଣିବାକୁ ମିଳିଛି କାରଣ ଭଙ୍ଗା ପାଚେରୀ ଭିତରେ ଛାତ୍ରୀ ମାନେ ଅସୁରକ୍ଷିତ ବୋଲି ହୃଦୟଙ୍ଗମ କରି ଏହି ପ୍ରକାର ନିଷ୍ପତି ନେଇଛନ୍ତି l କିନ୍ତୁ ଦେଖିବାକୁ ବାକି ରହିଲା ଗ୍ରୀଷ୍ମ ଅବକାଶ ସମାପ୍ତ ହେବା ପୂର୍ବରୁ ବିଦ୍ୟାଳୟ ପାଚେରୀ ନିର୍ମାଣ ହେଉଛି କି ନାହିଁ ଏଥିପ୍ରତି ପ୍ରଶାସନ କେତେ ତତ୍ପର ସହିତ ନେଉଛି l

କୋରାପୁଟ ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର

error: Content is protected !!