ରାୟଗଡ ଜିଲ୍ଲା (ଆମ ଓଡିଶା ଖବର)/ଗୁଣୁପୁର -ତା. ୨୮/୦୫/୨୫-ଗୁଣପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଚିନାସାରି ଗ୍ରାମପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାୟୀ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ତତ୍ଵାବଧାନରେ ଆଜି ପୂର୍ବାହ୍ନ ଘ. ୧୦.୦୦ ମି ସମୟରେ ପ୍ରଧାନ ମନ୍ତ୍ରୀ ଜନ ଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଯୋଜନା ସମ୍ପର୍କେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ କରାଯାଇଥିଲା । ଉକ୍ତ ଶିବିର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାୟଗଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁଣୁପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ଅର୍ଥାତ ତା.୩୦.୦୯.୨୦୨୫ ରିଖ ମଧ୍ୟରେ ସମସ୍ତ ଅସମ୍ପୂର୍ଣ ଏବଂ ନୂତନ ଭାବେ ଚିହ୍ନଟ ହୋଇଥିବା PM-JANMAN ହିତାଧିକାରୀମାନେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବାକୁ ବୈଠକରେ ଆଲୋଚନା କ୍ରମେ ହିତାଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ଧାର୍ଯ୍ୟ ସମୟ (୪ ମାସ) ମଧ୍ୟରେ ସମସ୍ତ ଗୃହ କାର୍ଯ୍ୟ ସମ୍ପୂର୍ଣ ହେଲେ ହିତାଧିକାରୀମାନଙ୍କୁ ଟ.୨୦୦୦୦ /- ଙ୍କା ସରକାରଙ୍କ ତରଫ ରୁ ପ୍ରତ୍ସାହନା (incentive) ରାଶି ପ୍ରଦାନ କରାଯାଉଥିବା ଆଲୋକପାତ କରାଯାଇଥିଲା । ଗୃହ କାର୍ଯ୍ୟ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ କରିବାକୁ ଉପସ୍ଥିତ ସମସ୍ତ ହିତାଧିକାରୀ ଏକ ସ୍ବର ରେ ସହମତି ପ୍ରକାଶ କରିଥିଲେ ।
ଉକ୍ତ ସଚେତନ ଶିବିରରେ କାର୍ଯ୍ୟକ୍ରମ ସଞ୍ଚାଳକ (ଗ୍ରାମୀଣ ଗୃହ) ଜିଲ୍ଲା ପରିଷଦ ରାୟଗଡା, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ, BPC(RH), APO(MGNREGA), GPDO(GUNUPUR), ସମାଜ ମଙ୍ଗଳ ଅଧିକାରୀ , କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ , ADEO, ସରପଞ୍ଚ ଏବଂ ସମିତି ସଭ୍ୟା , ଚିନାସାରୀ ଗ୍ରାମ ପଞ୍ଚାୟତ ଏବଂ ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.
ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା–୨୦୨୬ ପାଇଁ ଜିଲ୍ଲାସ୍ତରୀୟ ପୂର୍ବ ପ୍ରସ୍ତୁତି ବୈଠକ।
ଓସଡ଼ାମା ମୁଖ୍ୟ ପରିଚାଳକଙ୍କ ବାତ୍ୟା ଆଶ୍ରୟସ୍ଥଳୀ ଗସ୍ତ।