ଭୁବନେଶ୍ବର(ଆମ ଓଡ଼ିଶା ଖବର) ଗ୍ରାମ୍ୟ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ, ବୈକୁଣ୍ଠ ପାଣିଗ୍ରାହୀଙ୍କ ଘରେ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କଲେ ଭିଜିଲାନ୍ସ। ବୈକୁଣ୍ଠଙ୍କ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଯଥା ଅନୁଗୁଳ, ଭୁବନେଶ୍ବର ଓ ପିପିଲିରେ ଚାଲିଛି ଚଢ଼ାଉ। ଅନୁଗୁଳର ପୈତୃକ ଘର ଓ ବାସଭବନରେ ଚଢ଼ାଉ। ଡୁମଡୁମା ଫ୍ଲାଟ ଓ ପିପିଲିର ଶିଉଳାରେ ମଧ୍ଯ ଚଢ଼ାଉ ଚାଲିଛି। ଏଯାବତ ୯୦ ଲକ୍ଷରୁ ଅଧିକ ସମ୍ପତ୍ତି ଆୟ ଆକଳନ କରାଯାଇଛି। ରେଡ୍ ବେଳେ ଟଙ୍କା ପଡୋଶୀଙ୍କ ଘରକୁ ଟଙ୍କା ଫୋପାଡ଼ିଲେ ବୈକୁଣ୍ଠ। ଝରକା ପଟୁ ଫିଙ୍ଗିଲେ ବିଡ଼ା ବିଡ଼ା ଟଙ୍କା। ପଡ଼ୋଶୀ ଛାତରେ ପଡ଼ିଲା ପୁଳାପୁଳା ଟଙ୍କା। ଭୁବନେଶ୍ବର RW ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ପାଣିଗ୍ରାହୀଙ୍କ ଘରେ ବର୍ତ୍ତମାନ ସୁଧା ଚାଲିଛି ରେଡ୍। ଭିଜିଲାନ୍ସକୁ ଦେଖି ଟଙ୍କା ଫିଙ୍ଗିଲେ ବୈକୁଣ୍ଠ। ନଗଦ ୨ କୋଟି ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ଟାଙ୍ଗୀ ଅଞ୍ଚଳ ପାଇଁ ଗୈ।ରବ ଆଣିଲେ ରିୟାଂସ
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ