ବାଲ୍ୟବିବାହ ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ କଲ୍ୟାଣିସିହପୁର ଠାରେ !

ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର) କଲ୍ୟାଣସିହପୁର:- ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସମିତି କାର୍ଯ୍ୟାଳୟ ଠାରେ ସମ୍ମନିତ ଶିଶୁ ବିକାଶ ଯୋଜନା ପକ୍ଷରୁ ବାଲ୍ୟବିବାହ ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ! ଉକ୍ତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଶିଶୁ ବିକାଶ ଯୋଜନାର ସୁପରଭାଇଜର ବି.ଜୟୀ ଲକ୍ଷ୍ମୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ଯୋଗଦେଇଥିଲେ ।ଉପଜିଲାପାଳ ରମେଶ କୁମାର ଜେନା, ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଶୈଳଜା ଦାସ, ବି.ଡି.ଠ ମନିଷା ଦାସ, ଡାକ୍ତର ଅନୁଭବ ସାହୁ, କଲ୍ୟାଣସିଂହପୁର ଥାନା ଅଧିକାରୀ ନିଳକଣ୍ଠ ବେହେରା ଉପସ୍ଥିତ ରହିଥିଲେ ! ୧୮ବର୍ଷ କମ୍ ବୟସର ବାଳିକା ଓ ୨୧ବର୍ଷ ବୟସରୁ କମ୍ ପୁଅ ଙ୍କୁ ବିବାହ କରିବା ଆଇନ ଅନୁଯାୟୀ ଅପରାଧ । ଝିଅକୁ ୧୮ରୁ ଉର୍ଦ୍ଧ୍ବ ଓ ପୁଅକୁ ୨୧ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ବିବାହ କରି ପାରିବ ବୋଲି ବୁଝାଇଥିଲେ । ଯଦି କୌଣସି ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବା ନଜରକୁ ଆସେ ତାହା ହେଲେ !ଆଇସିଡିଏସ,ଜିଲା ଶିଶୁ ସୁରକ୍ଷା ଅଧିକାରୀ ,ନିକଟସ୍ଥ ଅଙ୍ଗନବାଡି କର୍ମୀ, ସୁପ୍ରଭାଇଜର ମାନଙ୍କୁ ଜଣାଇବାକୁ କହିଥିଲେ ! ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଅଙ୍ଗନବାଡି କର୍ମୀ ,ଆଶା କର୍ମୀ,ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା,ପୁରହିତ ସାନ୍ତୁନ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ! ଉକ୍ତ କାର୍ଯ୍ୟକ୍ରମରେ ଆଇସିଡ଼ିଏସ ର ସମସ୍ତ ଷ୍ଟାଫ୍ ଉପସ୍ଥିତ ରହି ସହଯୋଗ କରିଥିଲେ !

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ

error: Content is protected !!