ରାୟଗଡ ଜିଲ୍ଲା (ଆମ ଓଡିଶା ଖବର )ତା:୦୪-୦୬-୨୦୨୫ରିଖ- ବିଭିନ୍ନ ନୀଶା ଦ୍ରବ୍ୟ ତଥା ମାଦକ ଦ୍ରବ୍ୟ ବ୍ୟବର ଜନିତ କୁପରିଣାମ ବିଷୟରେ ଜନ ସଚେତନତା ନିମନ୍ତେ ଓଡିଶା ରାଜ୍ୟ
ଅବକାରୀ ବିଭାଗର ନିର୍ଦେଶ କ୍ରମେ ଆଜି ଏକ ରଥକୁ ରାୟଗଡ ଜିଲ୍ଲାପାଳ ପାରୁଲ ପଟାୱରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ରାୟଗଡ ଜିଲ୍ଲାର ସମସ୍ତ ବ୍ଲକର ସମସ୍ତ ଗ୍ରାମ ପଂଚାୟତ ଗସ୍ତ କରି ଆଜିଠାରୁ ୧୦ଦିନ ଧରି ଲୋକଙ୍କୁ ସଚେତନ କରିବ l ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳ ସାମନ୍ତ,ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରାଜକିଶୋର ବେହେରା,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାମ ନାହାକ,ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଅବକାରୀ ବିଭାଗର ସମସ୍ତ ଅଧିକାରୀ, ସମସ୍ତ କର୍ମଚାରୀ, ସ୍ବେଛାସେବୀ ଆଦି ଯୋଗଦାନ କରିଥିଲେ l
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ
More Stories
ଜିଲାରେ ଶୁଭାରମ୍ଭ ହେଲା ବିକାଶ ମେଳାକେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ନିକଟକୁ ପହଂଚାଇବା ବିକାଶ ମେଳା ଲକ୍ଷ୍ୟ।
ବିପଦ ସଂକୁଳ ଅବସ୍ଥାରେ ଥିବା ଗଛ।
ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ବିଶ୍ଵ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ।