କୋରାପୁଟ (ଆମ ଓଡିଶା ଖବର) ତାରିଖ ୦୪/୦୬/୨୦୨୫
କୋରାପୁଟ ଜିଲ୍ଲା ସ୍ଥିତ,କୋରାପୁଟ SLN ମେଡିକାଲ କଲେଜ ଠାରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି l କୋରାପୁଟ ଶହୀଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ୍ ହସପିଟାଲ ରେ ୫ ଜଣ ରୋଗୀଙ୍କ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି । ଗତକାଲି ୫ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ମୃତକ ୫ଜଣକ ମଧ୍ୟରେ ICU ର ୪ଜଣ ରୋଗୀ ଓ ସାଧାରଣ ୱାର୍ଡରେ ଚିକିତ୍ସିତ ହେଉ ଥିବା ଜଣେ ରୋଗୀ । ୩ତାରିଖ ରାତି ୧୦ ଟା ରୁ ୧୧ ଟା ମଧ୍ୟରେ ମୃତ୍ୟୁ ଘଟିଥିବା ବିଶେଷ ସୂଚନାରୁ ଜଣାପଡିଛି। ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଭୁଲ ଇଞ୍ଜେକ୍ସନ ଲଗାଇଵା ଦ୍ଵାରା ମୃତ୍ୟୁ ହେଇଥିବା ପରିବାର ଲୋକ ଆଭିଯୋଗ କରିଛନ୍ତି । କିନ୍ତୁ ମେଡିକାଲ ଅଧିକାରୀଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଟି କରଣ ନ ମିଳିବାରୁ କଂଗ୍ରେସ ଦଳର ରାଜ୍ୟ ସମ୍ପାଦକ ଶ୍ରୀ ରୂପକ ତୁରୁକ ପୁଣି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ନିମାଇଁ ମେଡିକାଲ ସାମ୍ନା ରେ କର୍ତ୍ତୃପକ୍ଷ ଙ୍କ ପର୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟୀକରଣ କରିନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଏବଂ ମେଡିକାଲ ଅଧିକାରୀଙ୍କୁ ସ୍ପଟି କୋରଣ କରିବାକୁ ଦାବି କରିବା ଦେଖିବାକୁ ମିଳିଥିଲା l ଯଥା ଶୀଘ୍ର ଯଦି ମେଡିକାଲ ଅଧିକାରୀ ସ୍ପଷ୍ଟିକରଣ ନ କରନ୍ତି ତାହା ହେଲେ ଆମେ ଆଇନ କୁ ହାତକୁ ନେଇ SLN ମେଡିକାଲ ର ମୁଖ୍ୟ ଫାଟକରେ ତାଲା ଝୁଲାଇବୁ କହି ବିରାଧ କରିଥିବା ଦେଖିବାକୁ ପାଇ ଥିଲୁ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମେଡିକାଲ ଅଧିକାରୀ ଙ୍କ କୌଣସି ସ୍ପଷ୍ଟିକରଣ ଦେଇନlହାନ୍ତି l ମେଡିକାଲ କର୍ତ୍ତୃପକ୍ଷ ଙ୍କ ସଠିକ ତଥ୍ୟ ଆସିଲେ ଆମେ ପରବର୍ତ୍ତୀ ସମୟରେ ଜଣାଇବୁ ଆପଣ ମାନେ ଆମ ସଙ୍ଗେ ଯୋଡି ହୋଇରୁହନ୍ତୁ l
କୋରାପୁଟ ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।