ରାୟଗଡ ଜିଲ୍ଲା (ଆମ ଓଡିଶା ଖବର) ତା:-୧୩-୬-୨୦୨୫
ରାୟଗଡ ବ୍ଳକର କୁମ୍ଭିକୋଟା , କୁଟୁଳି ଓ ନାକିଟି ଗ୍ରାମ ପଞ୍ଚାୟତ ରେ ଶୁକ୍ରବାର ବିକାଶ ବାହନ ଜନ ସଚେତନତା ସୃଷ୍ଟି ନିମନ୍ତେ ପ୍ରଚାର ଓ ପ୍ରସାର କରିଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର, ଏବିଡିଓ କାଳୁ ଚରଣ ନାୟକ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ବହୁ ସଂଖ୍ୟାରେ ବିକାଶରଥକୁ ସ୍ବାଗତ କରିଥିଲେ। ନାଚଗୀତର ମୁର୍ଛନାରେ ମୁଖରିତ ସଭାସ୍ଥଳରେ ସରକାରଙ୍କ ବହୁମୂଖୀ ଯୋଜନା ଗୁଡିକ ବିଷୟରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ଅନବରତ ଅନ୍ତଦ୍ୱନ୍ଦ ଗୃହ ଯୋଜନାରେ ଜଣେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ, ଛପନ ଜଣଙ୍କୁ ନୂତନ ଜବକାର୍ଡ, ତିନି ଜଣଙ୍କୁ ନୂତନ ରେସନ କାର୍ଡ, ସି ଏମ କିସାନ ଯୋଜନାରେ ଏକ ହଜାର ପଚିଶି ଜଣଙ୍କୁ ନୂତନ କାର୍ଡ ଓ ଏକଶତ ଲୋକଙ୍କୁ ଚାରା ବଣ୍ଟନ ସହ ବୃକ୍ଷରୋପଣ କରାଯାଇଥିଲା । ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇ ନିଜ ନିଜର ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ। ଏହାର ସୁପ୍ରଭାବ ଧିରେ ଧିରେ ଲୋକଙ୍କ ଉପରେ ପଡୁଥିବା ବ୍ଲକ ନୋଡାଲ ଅଧିକାରୀ କାଳୁ ଚରଣ ନାୟକ କହିଛନ୍ତି ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ବୁଡ଼ାଗୁଡ଼ା ଗ୍ରାମ ପଡ଼ିଆ ଠାରେ ଜିତୁ ଓ ନରେଶ ମେମୋରିଆଲ କ୍ରିକେଟ ନୋକ୍ଆଉଟ୍ ଟୁର୍ଣ୍ଣାମେଣ୍ଟ ଶୁଭ ଉଦ୍ଘାଟନ , ଜିଲୁଣ୍ଡା ଟିମ୍ ହେଲେ ବିଜୟୀ।
ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ।
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.