ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର )ତା ୧୪-୬-୨୦୨୫
ବିକାଶର ଧାରାକୁ ତ୍ୱରାନ୍ୱିତ କରିବାକୁ ହେଲେ ଯୋଜନା ଓ ସୁବିଧା ସୁଯୋଗ ବିଷୟରେ ସୂଚନା ଥିବା ଜରୁରୀ। ଲୋକେ ସରକାରୀ ଯୋଜନା ଅନ୍ତର୍ଗତ ବ୍ୟବସ୍ଥା ବିଷୟରେ ଜାଣିଲେ ସେଗୁଡିକର ଦାବି ଉପସ୍ଥାପନ କରିପାରିବେ ବୋଲି ବିଡିଓ ସୁଜିତ କୁମାର ମିଶ୍ର କହିଛନ୍ତି। ଏଥିନିମନ୍ତେ ବିକାଶ ରଥ ବିଭିନ୍ନ ବିଭାଗୀୟ ସୂଚନା ଗ୍ରାମ ପଞ୍ଚାୟତ ସ୍ତରରେ ପହଞ୍ଚାଇବା ନିମନ୍ତେ ଗାଆଁ କୁ ଗାଆଁ ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାରେ ଲାଗିଛି।
ବିକାଶ ଯାତ୍ରାର ତୃତୀୟ ଦିନରେ ରାୟଗଡ଼ ବ୍ଳକର ମାଟିକଣା, କତ୍ତାପେଟା ଓ କୁମୁଟିପେଣ୍ଠ ଗ୍ରାମ ପଞ୍ଚାୟତ ଠାରେ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଅଛି। ସରପଞ୍ଚ, ସମସ୍ତ ନିର୍ବାଚିତ ପ୍ରତିନିଧି, ସରକାରୀ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଜନ ସଚେତନତା ସୃଷ୍ଟି କରିଥିଲେ। ସୁଷମ ଓ ପାରମ୍ପରିକ ଖାଦ୍ଯର ପସରା ଜନମାନସକୁ ଆକୃଷ୍ଠ କରିଥିଲା । ବାହନ ନିକଟରେ ଅନ୍ତୋଦୟ ଗୃହ ଯୋଜନା ରେ କୋଡ଼ିଏ ଗୋଟି କାର୍ଯ୍ୟାଦେଶ, ଅଠର ଜଣ ବ୍ୟକ୍ତିଙ୍କୁ ମନରେଗା ଜବ କାର୍ଡ, ତିନିଜଣ ହିତାଧିକାରୀଙ୍କୁ ନୂତନ ରେସନ୍ କାର୍ଡ, ତିନିଗୋଟି ସିଏମ୍ କିଶାନ କାର୍ଡ, ପଞ୍ଚତିରିଶ ଜଣ ଚାଷିଙ୍କୁ ମୃତ୍ତିକା ସ୍ଵାସ୍ଥ୍ୟ କାର୍ଡ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ତେୟାଳିଷି ଜଣଙ୍କ ସ୍ବାସ୍ଥ୍ୟ କାର୍ଡ ପ୍ରସ୍ତୁତ, ସାଠିଏ ଗୋଟି ବୃକ୍ଷ ମାଁ ଙ୍କ ନାମରେ ରୋପଣ, ଛଅ ନୁତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ, ପନ୍ଦର ଗୋଟି ଜନଧନ ଆକା ଉଣ୍ଟ ଏବଂ ପଞ୍ଚତିରିରଷି ଜଣ ବ୍ୟକ୍ତିଙ୍କ ଆଧାର ପଞ୍ଜିକରଣ ଓ ଅଧୁନାତନ କରାଯାଇଥିଲା । ଛଅଜଣ ହିତାଧିକାରୀଙ୍କୁ ଶ୍ରମିକ କାର୍ଡ ପ୍ରଦାନ କରାଯାଇଥିଲା ।
ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ଗୋପାଳ ପଣ୍ଡାଙ୍କ ନେତୃତ୍ବରେ ନିର୍ବାହୀ ଅଧିକାରୀ, ଏଡିଇଓ, ଜି ଆରଏସ ଏହାର ପଞ୍ଚାୟତ ସ୍ତରରେ ଆୟୋଜନ କରିଥିଲେ । ବାହନ ନୋଡାଲ ଅଧିକାରୀ ଯୋଗେନ୍ଦ୍ର ନାୟକ ବାହନ ପରିଚାଳନା ଦାୟିତ୍ବ ନିର୍ବାହ କରିଥିଲେ ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.
ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା–୨୦୨୬ ପାଇଁ ଜିଲ୍ଲାସ୍ତରୀୟ ପୂର୍ବ ପ୍ରସ୍ତୁତି ବୈଠକ।
ଓସଡ଼ାମା ମୁଖ୍ୟ ପରିଚାଳକଙ୍କ ବାତ୍ୟା ଆଶ୍ରୟସ୍ଥଳୀ ଗସ୍ତ।