ଆଇନସେବା ପ୍ରାଧିକରଣ ରୟଗଡ ଦ୍ୱାରା ଆଇନ ସଚେତନତା ଶିବିର।

ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା ୨୪.୦୬.୨୦୨୫ ରିଖ ମଙ୍ଗଳବାର ସକାଳ ୧୦.୩୦ ସମୟରେ ସ୍ଥାନୀୟ ରାୟଗଡ ଅଟୋନମସ କଲେଜ, ରାୟଗଡ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡ ତରଫରୁ “POCSO Act & J.J.(CPC) Act” ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବାର ଆସୋସିଏସନର ଆଇନଜୀବି ଦେବରାଜ ନାୟକ, Y. ଶ୍ରୀନିବାସ ରାଓ, ରାୟଗଡ ଅଟୋନମସ କଲେଜ ର ପ୍ରିନ୍ସିପାଲ ଙ୍କ ସମେତ ରାୟଗଡା ଅଟୋନମସ କଲେଜ ର ଅଧ୍ୟାପକ ଓ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ POCSO Act ଓ J.J.(CPC) Act ର ଉଦ୍ଦେଶ୍ୟ, ଆଭିମୁଖ୍ୟ, ନ୍ୟାୟିକ ବ୍ୟବସ୍ଥା ଓ ସେମାନଙ୍କ ପାଇଁ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ପରିଶେଷରେ ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ NALSA ର ବିଭିନ୍ନ ଯୋଜନା ଉପରେ ଉପସ୍ଥିତ ଥିବା ଅଂଶଗ୍ରହଣକାରୀମାନଙ୍କୁ ବିସୃତ ଭାବରେ ସଚେତନ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ରାୟଗଡା ଅଟୋନମସ କଲେଜ ର ଛାତ୍ର ଛାତ୍ରୀ ଓ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!