ଖୋର୍ଦ୍ଧା ଜିଲ୍ଲା (ଆମ ଓଡ଼ିଶା ଖବର) ଡେ଼ଲାଙ୍ଗ ତା ୨୯-୬-୨୫ ଜଟଣୀ ସ୍ଥିତ କୃପାସିନ୍ଧୁ ବିହାର ମହିଳା ସଙ୍ଗଠନ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ଶ୍ରୀଗୁଣ୍ଡିଚା ଦେଖିବାକୁ ଯାଉଥିବା ରେଳ ଯାତ୍ରୀ ମାନଙ୍କୁ ଓ ଅର୍ ଏସ ଓ ପଣା ବଣ୍ଟନ କରାଯାଇଥିଲା । ମହିଳା ସଙ୍ଗଠନ ର ମୁଖ୍ୟ ଇପ୍ସିତା ମହାପାତ୍ରଙ୍କ ତତ୍ତ୍ଵାବଧାନରେ ମହିଳା ସଙ୍ଗଠନର ସଭ୍ୟମାନେ ପ୍ରତିବର୍ଷ ଶ୍ରୀ ଗୁଣ୍ଡିଚା ଅବସରରେ ରେଳ ଯାତ୍ରୀଙ୍କୁ ପଣା ବଣ୍ଟନ କରିଆସୁଛନ୍ତି। ଚଳିତ ରଥ ଯାତ୍ରା ରେ ସଙ୍ଗଠନ ପକ୍ଷରୁ ରେଳ ଯାତ୍ରୀଙ୍କୁ ସେବା ଯୋଗାଇବା କାର୍ଯ୍ୟରେ ଗୀତାଞ୍ଜଳୀ ଗଉଡ଼, ମଧୁସ୍ମିତା ମାର୍ଥା ଅନୁସୟା ସେଠୀ, ସୁନୀତା ସାମନ୍ତରାୟ, ପ୍ରଭାତି ଜେନା, ଲଳିତା ପଣ୍ଡା, ପିଙ୍କି ପାତ୍ର, ବନିତା ଭଉଣୀ, ସୁନୀତା ବେହେରା ,ସଙ୍ଗୀତା ଦାସ ପ୍ରମୁଖ ଅଂଶ ଗ୍ରହଣ କରି ଦିନସାରା ଯାତ୍ରୀଙ୍କୁ ପଣା ବଣ୍ଟନ କରିଥିଲେ । ସାହୁ ବାବୁ, ମହାନ୍ତି ବାବୁ, ରାମବାବୁ ମଧ୍ୟ ଏଥିରେ ସହଯୋଗ କରିଥିଲେ ।
ଡେ଼ଲାଙ୍ଗ ଓ ଜଟଣୀରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.