ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )କଲ୍ୟାଣସିଂହପୁର, ୨୮/୬(ଖବର ):-ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମାଝୀଗୁଡା ସେକ୍ଟର ଓ ସିକରପାଇ ସେକ୍ଟର ସି.ଏଚ.ଓ,ସ୍ୱାସ୍ଥ୍ୟକର୍ମୀ ମହିଳା ଓ ପୁରୁଷ ଆଶା କର୍ମୀ ମାନଙ୍କୁ ନେଇ ତିନଟି ସ୍ଥାନରେ ସେକ୍ଟର ମିଟିଙ୍ଗ କରାଯାଇଥବା ଦେଖିବାକୁ ମିଳିଛି। ଷ୍ଟପ ଡାଇରିଆ କାର୍ଯ୍ୟକ୍ରମ ଜୁନ ୧୫ ଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ରହିଥିବାରୁ ଆଶା ଓ ସ୍ୱାସ୍ଥ୍ୟ ବିଭାଗର କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଗ୍ରାମରେ ଥିବା ପ୍ରତ୍ୟେକ ଘରକୁ ଦୁଇଟି ଲେଖାଏ ଓଆରଏସ ଓ ଜନ୍ମ ରୁ ପାଞ୍ଚ ବର୍ଷ ବୟସର ପିଲାଙ୍କୁ ଗଟିଏ ଲେଖାଏ ଓଆରଏସ ଓ ଦୁଇଟି ଜିଙ୍କ ବଟିକା ପ୍ରଦାନ କରିବା ଓ ଓଆରଏସ ଦ୍ରବଣ କିପରି କରିବା ପ୍ରସୃତ ଏହାର ତାଲିମ ଦିଆଯାଇଛି । ଆଶା ମାନେ ଘର ଘର ବୁଲି ଡାଇରିଆ ରୋଗୀଙ୍କୁ ଚି଼ହ୍ନଟ କରି ତୁରନ୍ତ ବଟିକା ଜ଼ିଙ୍କ ଓ ଓଆରଏସ ଦେବା ଓ ଅସୁବିଧା ହେଲେ ତୁରନ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଜଣାଇବା ନିମନ୍ତେ ନିର୍ଦେଶ ରହିଛି । ମ୍ୟାଲେରିଆ ଓ ଏହି ରୋଗ ରୁ ରକ୍ଷା ପାଇ ନିୟମିତ ମଶାରୀ ଟାଙ୍ଗିବା ଓ ନୂତନ ଭାବରେ ଦିଆଯାଇଥିବା ମଶାରୀ କୁ ବ୍ୟବହାର କରିବାକୁ ସଚେତନ କରାଯାଇଥିଲା । ଆଶା ମାନେ ଘର ଘର ବୁଲି ମଶାରୀ ଟାଙ୍ଗିଛନ୍ତି କି ନାହିଁ ତାହା ତଦାରଖ କରିବାକୁ ନିର୍ଦେଶ ରହିଛି । ଘର ଚାରିପାଖରେ ରେ ସଫା ରଖବା ଓ ଅନାବନା ପତ୍ରରେ ପାଣି ନ ଜମିବା ପାଇ ଲକଙ୍କୁ ବୁଝାଇବାକୁ ନିର୍ଦେଶ ଦିଆଯାଇଛି। ପ୍ରତି ସପ୍ତାହରେ ଗୋଟିଏ ଦିନ ନିଜ ନିଜ ଗ୍ରାମରେ ଡାଇରିଆ ଓ ଡେଙ୍ଗୁ ରୋଗ ର ନିବାରଣ ନିମନ୍ତେ ଗ୍ରାମରେ ସଚେତନ ପାଳନ କରି ଡେଙ୍ଗୁ ରୋଗ କୁ ମୁକ୍ତି କରିବାକୁ ବୁଝାଗଲା।ଏହି କାର୍ଯ୍ୟକ୍ରମ କୁ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି ବି ପି ଏମ କୈଳାଶ କୁମାର ନାଏକ ଓ ଏମ ପି ଏଚ ଏସ କୈଳାଶ ବିଡ଼ିକା ତିନଟି ସେକ୍ଟର ରେ ତାଲିମ ଦେଇ ସଫଳ ଭାବରେ ସମ୍ପାଦକ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ନେତୃତ୍ୱ ନେଇ ସଫଳ କରିଥିଲେ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ
More Stories
“ମଳି”
ଓଡିଶା,ଆନ୍ଧ୍ର ସିମାନ୍ତ ଜଗଂଲ ଜମି ସମାଧାନ ନ କଲେ ଆଦୋଂଲନ ହେବ:ଆଦିବାସୀ ସଂଘର୍ଷ ମୋର୍ଚ୍ଚା।
ରାୟଗଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ସଙ୍କୁଳ ସୁରୀୟ ମେଧାବୀ ଅଭିନନ୍ଦନ” କାର୍ଯ୍ୟକ୍ରମ ଅନୁଷ୍ଠିତ