ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର )- ଅଦ୍ଯ ତା ୨୮.୬.୨୫ ରିଖ ଶନିବାର ଦିନ ଘ୧୨ . ୩୦ ମିନିଟ୍ ସମୟେ ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ପିତାମହଲ ପଞ୍ଚାୟତର ଦିସାରିଗୁଡା ଗ୍ରାମରେ ଗ୍ରାମବାସୀ ମାନଙ୍କ ମନରେ ଆଧ୍ଯାତ୍ମିକ ଚିନ୍ତା ଉଦ୍ରେକ ନିମନ୍ତେ ହନୁମାନ ଚାଳିଶା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହନୁମାନ ଚାଳିଶା ନିତି ପଢିବା ଓ ତା’ର ମହତ୍ବ ଜାଣିବା ଏବଂ ସନାତନ ଧର୍ମ ସୁରକ୍ଷା କରିବା। ଭାରତକୁ ଭଲପାଇବା ଓ ଭାରତୀୟ ସଂସ୍କୃତି ମାନି ଚଳିବା ଆମ ହିନ୍ଦୁ ମାନଙ୍କ ପରମ ଧର୍ମ ବୋଲି କାର୍ଯ୍ୟକ୍ରମର ପୁରୋଧା ଜୟଦେବ ସିଠ ବିଚାର ବିନ୍ଦୁ ରଖି ଲୋକମାନଙ୍କୁ ସଚେତନ କରିଥିଲେ। ଏତଦ୍ ବ୍ଯତୀତ ଗାଁର ଯେଉଁ ଛାତ୍ରଛାତ୍ରୀ ମାନେ ପାଖ ଗାଁ ବିଦ୍ଯାଳୟକୁ ପାଠ ପଢିବା ପାଇଁ ଯାଉଛନ୍ତି ସେମାନଙ୍କୁ ବର୍ଷାରୁ ସୁରକ୍ଷା ପାଇଁ ଛତା ବଣ୍ଟନ କରାଯିବା ସହ ପାଠ୍ଯ ଉପକରଣ ଓ ବିସ୍କୁଟ୍ ଚକୋଲେଟ୍ ବଣ୍ଟନ କରାଯାଇ ଥିଲା। ଛାତ୍ରଛାତ୍ରୀ ମାନଙ୍କ ଖୁସି ଓ ଗ୍ରାମବାସୀଙ୍କ ଉତ୍ସାହ ଗାଁର ଓ୍ବାର୍ଡ ମେମ୍ବର ମହାଶୟା ଓ ସତ୍ଯ ମେଲେକା ପ୍ରକାଶ କରିଥିଲେ। ଉକ୍ତ ଅଣଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଶ୍ରୀ ଜୟଦେବ ସିଠଙ୍କ ଧର୍ମ ପତ୍ନୀ ଶ୍ରୀମତୀ ଜୟନ୍ତୀ ସିଠ ସହାୟତା ପ୍ରଦାନ ପୂର୍ବକ ଧାର୍ମିକ ମନୋଭାବ ନେଇ ଚଳିବା ଓ ଭାରତକୁ ସ୍ବର୍ଗରେ ପରିଣତ କରିବା ତଥା ବିଶ୍ବ ଗୁରୁ ଆଖ୍ଯା ଦେବା ପାଇଁ ସଂକଳ୍ପ କରିବା କହି କାର୍ଯ୍ୟକ୍ରମ ସମାପନ କରାଯାଇ ଥିଲା। ଶେଷରେ ଗାଁର ସିଦ୍ଧୁ ପୁଲାକା ସମସ୍ତଙ୍କୁ ଧନ୍ଯବାଦ ଦେଇଥଲେ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।