କଲ୍ୟାଣସିଂହପୁର,୨୮/୬( ଖବର ):- ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )କଲ୍ୟାଣସିଂହପୁର ବ୍ଲକ ରେ ପୃଥକ ବାଇକ ଧକ୍କା ତିନିଜଣ ଗୁରୁତର ଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଦେଖିବାକୁ ମିଳିଛି। ଲଘୁଚାପ ଜନିତ ବର୍ଷା ହେଉଥିବା ବେଳେ ମଧ୍ୟାହ୍ନରେ କଳାହାଣ୍ଡି ଜିଲ୍ଲା ବିଜେପୁର ପାର୍ଶ୍ୱରୁ ଏକ ବାଇକ ରେ ଦୁଇଜଣ ଆସୁଥିବା ବେଳେ କଲ୍ୟାଣସିଂହପୁର ଦେଇ ଯାଉଥିବା ଅଜଣା ଗାଡି ଧକ୍କାଦେଇ ଚାଲି ଯାଇଥିବା ଜଣାପଡିଛି।କଲ୍ୟାଣସିଂହପୁର ପଞ୍ଚାୟତ କଂସାରୀଖାଲ ଗ୍ରାମର ସୁରେନ୍ଦ୍ର ହୁଇକା (୨୭) ଦୁଇ ମନୋଜ ୱାଡକା (୩୦) ଗୁରୁତର ହୋଇ ପଡି ରହିଥିଲେ। ଏହାକୁ ରୋଗୀବୁହା ଗାଡ଼ିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ପ୍ରମୋଦ କୁମାର ମିଶ୍ର ଓ ସନତ ବେହେରା ପ୍ରାଥମିକ ଚିକିତ୍ସା କରି ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେହିପରି ପାର୍ଷାଲି ପଞ୍ଚାୟତର ଘାଟିରେ ଦୁଇଟି ବାଇକ ଦୁର୍ଘଟଣା ଜଣେ ପାଲକା ଦୃକୁ ଙ୍କ ଗୋଡ ଭାଙ୍ଗି ଯାଇଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଛନ୍ତି । ପତଲମ୍ବା ଗ୍ରାମରୁ ଭାଲେରି ଗ୍ରାମକୁ ଏକ ବାଇକରେ ଦୁଇଜଣ କବିତ୍ର ବାଗ ଓ ପାଲକା ଦୃକୁ ଯାଉଥିବା ବେଳେ ସାନ ଡେଙ୍ଗୀଲେଲି ଗ୍ରାମର ହିକକା ମୁକୁଲି ପାର୍ଶାଲି ଆସୁଥିବା ସମୟରେ ଉଭୟ ମଧ୍ୟରେ ଧକ୍କା ହୋଇଥିଲା। ଦୁଇଟି ଧକ୍କା ତିନିଜଣ ଗୁରୁତର ରହିଥିବାରୁ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଉକ୍ତ ଖବର ପାଇ ପୁଲିସ ତଦନ୍ତ ଚଳାଇଥିବା ଜଣାପଡିଛି।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
କାଶୀପୁର ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ …
ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।