କଲ୍ୟାଣସିଂହପୁର,୨୮/୬( ଖବର ) ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )କଲ୍ୟାଣସିଂହପୁର ବ୍ଲକ ପାର୍ଷାଲି ପଞ୍ଚାୟତର ନିର୍ଗୁଣ୍ଡି ଗ୍ରାମର ଥଟକା ଟାକ୍ରୀ ଙ୍କ ସ୍ତ୍ରୀ ସସ୍ମିତା ଟାକ୍ରୀ ସାପ କାମୁଡ଼ାରେ ଗୁରୁତର ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଗତ କାଲି କଲ୍ୟାଣସିଂହପୁର ରଥଯାତ୍ରା ଦେଖିବା ପାଇଁ ଆସି ମାଆ ଘର କତାଗୁଡା ଗ୍ରାମରେ ରହିଥିଲେ। ଆଜି ସକାଳୁ ଶୌଚ ହେବା ପାଇଁ ନଦୀକୁ ଯାଇଥିବା ବେଳେ ଏକ ଅଜଣା ସାପ ଚଟ ମାରିଥିଲା ସେଠାରୁ ଘରକୁ ଆସି ପରିବାର ଙ୍କୁ କହିବା ସଙ୍ଗେ ସଙ୍ଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେହିପରି ସେରିଗୁମ୍ମା ପଞ୍ଚାୟତ ମାଣ୍ଡାପୁଟ ଗ୍ରାମର ରଘୁ ନାଚିକା ସାପ କାମୁଡ଼ାରେ ଗୁରୁତର ହୋଇଥିବାରୁ ଡାକ୍ତର ପ୍ରାଥମିକ ଚିକିତ୍ସା କରି ଅବସ୍ଥା ଗୁରୁତର ହୋଇଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ କୁ ପଠାଇଦେଇଥିବା ସୂଚନା ମିଳିଛି। ରଘୁ ରାତ୍ର ବିଳମ୍ବିତ ସମୟରେ ବାହାରକୁ ଉଠିଥିବା ବେଳେ ବିଷଧର ସାପ କାମୁଡ଼ାରେ ଗୁରୁତର ହୋଇଥିଲେ। ତାକୁ ଆଜି ସକାଳେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହୋଇଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଥିବା ସୂଚନା ମିଳିଛି।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।