ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର):- ୩୦/୦୬/୨୫
ରାୟଗଡ଼ା ଗାୟତ୍ରୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ସଙ୍କୁଳ ସୁରୀୟ ମେଧାବୀ ଅଭିନନ୍ଦନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷା ବର୍ଷ ୨୦୨୪-୨୫ ରେ ଦଶମ ଶ୍ରେଣୀରେ ରାୟଗଡ଼ା ସଂକୁଳର A1 ଓ A2 ସ୍ଥାନରେ ଥିବା ୧୬ ଜଣ ଶିଶୁଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ଯକ୍ଷା ମାନନୀୟା ଶ୍ରୀମତୀ ସରସ୍ବତୀ ରାୟ ଯୋଗ ଦେଇଥିଲେ । ଏଥ୍ ସହିତ ଦକ୍ଷିଣ ସଂଭାଗର ସଭାପତି ମାନନୀୟ ରୂପ ସିଂ ରାଉତ,ଜିଲ୍ଲା ପ୍ରମୁଖ ମାନନୀୟ ନରେନ୍ଦ୍ର କୁମାର ନାୟକ, ସଙ୍କୁଳ ପ୍ରମୁଖ ମାନନୀୟ ରମେଶ ଚନ୍ଦ୍ର ସାହୁ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତଥା ସଙ୍କୁଳ ସଂଯୋଜକ ମାନନୀୟ ମନୋରଞ୍ଜନ ଦାସ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମାନନୀୟ ମାଙ୍ଗିଲାଲ ଜୈନ ଓ ଉପସଭାପତି ମାନନୀୟ ରଘୁନନ୍ଦନ ନନ୍ଦ ମଞ୍ଚାସିନ ଅତିଥୁ ରୂପେ ଯୋଗ ଦେଇଥିଲେ ।
ଅତିଥୀଙ୍କ ଦ୍ବାରା ଦୀପ ପ୍ରଜ୍ଜ୍ଵଳନ ପରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମହୋଦୟ ଅତିଥୀଙ୍କ ପରିଚୟ ପ୍ରଦାନ କରିଥିଲେ । ପରେ ପରେ ମୁଖ୍ୟ ଅତିଥୀ ନିଜ ବକ୍ତବ୍ୟ ମାଧ୍ଯମରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରାଇଥିଲେ ।ଏହାପରେ ସେଠାରେ ଉପସ୍ଥିତ କୃତୀ ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଏଥିରେ ରାୟଗଡା ଗାୟତ୍ରୀ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ସୁଶ୍ରୀ ଅର୍ପିତା ଗିରି ରାୟଗଡ଼ା ଜିଲ୍ଲାରେ ପ୍ରଥମ ଓ କାଶୀପୁର ଶିଶୁମନ୍ଦିରର ଛାତ୍ରୀ ସୁଶ୍ରୀ ପ୍ରଜ୍ଞାଶ୍ରୀ ବଳ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ଏଥ୍ ସହିତ ଅନ୍ୟ ଶିଶୁ ମନ୍ଦିର ଗୁଡିକରୁ ଆସିଥିବା ୧୪ ଜଣ ଶିଶୁଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟ ପରିଚାଳନା ସମିତି ଉପସଭାପତି ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।