ପୁରୀ ଜିଲ୍ଲା (ଆମ ଓଡ଼ିଶା ଖବର) ଡେ଼ଲାଙ୍ଗ ,କଣାସ ବ୍ଲକ ଅନ୍ତର୍ଗତ ଜଙ୍ଗାର ସ୍ଥିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତାରା ଫୁଲ ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକୀ ସାରସ୍ଵତ ସମାରୋହ ଜଙ୍ଗାର ବଜାର ନିକଟ ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ସୂର୍ଯ୍ୟ ନାରାୟଣ ନାୟକ ସଭାପତିତ୍ବ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସତ୍ୟଭାମା ସୁନ୍ଦରାୟ ଯୋଗ ଦେଇଥିଲେ ।ଅନୁଷ୍ଠାନର ସମ୍ପାଦକ ଶ୍ରୀମାନ ଗମାତିଆ ବାର୍ଷିକ ବିବରଣୀ ପାଠ କରିବା ସହ ମଞ୍ଚ ପରିଚାଳନା କରିଥିଲେ । “ଶ୍ରାବଣ” କବିତା ପାଠୋତ୍ସବକୁ ଜ୍ୟୋସ୍ନାରାଣୀ ସ୍ଵାଇଁ ଓ ଅଜୟ କୁମାର ବାଳିୟାରସିଂହ ସରସ ସୁନ୍ଦର ଭାବେ ସଂଯୋଜନା କରିଥିଲେ । କବି ଜିତେନ୍ଦ୍ର କୁମାର ପେଣ୍ଠୋଇ, ଲିଙ୍ଗରାଜ ମହାପାତ୍ର, ଅଧିକାରୀ ସ୍ଵାଇଁ, ପ୍ରଭାତ ସେଠୀ, ଶ୍ରୀମାନ ଗବା , ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ଦ୍ଵୀତିକୃଷ୍ଣ ମହାନ୍ତି, ବସନ୍ତ କୁମାର ବାରିକ, ଶ୍ରୀମାନ ଗମାତିଆ , ସତ୍ୟଭାମା ସୁନ୍ଦରାୟ ଓ ଉର୍ବଶିନୀ ନାୟକଙ୍କ ସମେତ ପଚାଶ ଜଣ କବି ସେମାନଙ୍କ ସ୍ୱ ରଚିତ କବିତା ପାଠ କରିଥିଲେ ।
ଡେ଼ଲାଙ୍ଗ/ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ହରିରାଜପୁର ସୋମନାଥ ଦେବ ବିଦ୍ୟାପୀଠର ବାର୍ଷିକ ଉତ୍ସବ ୨୦୨୫
ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦ ର ପଞ୍ଚମ ବାର୍ଷିକ ଉତ୍ସବ ପାଳନ l
ପୁରୀ: ୧୯୭୮ବ୍ୟାଚ ମାଟ୍ରିକ ବନ୍ଧୁ ମିଳନ l