ତାରା ଫୁଲ ସାହିତ୍ୟ ସଂସଦର ସାରସ୍ବତ ସମାରୋହ।

ପୁରୀ ଜିଲ୍ଲା (ଆମ ଓଡ଼ିଶା ଖବର) ଡେ଼ଲାଙ୍ଗ ,କଣାସ ବ୍ଲକ ଅନ୍ତର୍ଗତ ଜଙ୍ଗାର ସ୍ଥିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତାରା ଫୁଲ ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକୀ ସାରସ୍ଵତ ସମାରୋହ  ଜଙ୍ଗାର ବଜାର ନିକଟ ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ  ସୂର୍ଯ୍ୟ ନାରାୟଣ ନାୟକ ସଭାପତିତ୍ବ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସତ୍ୟଭାମା ସୁନ୍ଦରାୟ ଯୋଗ ଦେଇଥିଲେ ।ଅନୁଷ୍ଠାନର ସମ୍ପାଦକ ଶ୍ରୀମାନ ଗମାତିଆ ବାର୍ଷିକ ବିବରଣୀ ପାଠ କରିବା ସହ ମଞ୍ଚ ପରିଚାଳନା କରିଥିଲେ । “ଶ୍ରାବଣ” କବିତା ପାଠୋତ୍ସବକୁ ଜ୍ୟୋସ୍ନାରାଣୀ  ସ୍ଵାଇଁ   ଓ   ଅଜୟ କୁମାର ବାଳିୟାରସିଂହ   ସରସ ସୁନ୍ଦର ଭାବେ ସଂଯୋଜନା  କରିଥିଲେ  । କବି ଜିତେନ୍ଦ୍ର କୁମାର ପେଣ୍ଠୋଇ, ଲିଙ୍ଗରାଜ ମହାପାତ୍ର, ଅଧିକାରୀ ସ୍ଵାଇଁ, ପ୍ରଭାତ ସେଠୀ, ଶ୍ରୀମାନ ଗବା , ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ଦ୍ଵୀତିକୃଷ୍ଣ ମହାନ୍ତି, ବସନ୍ତ କୁମାର ବାରିକ, ଶ୍ରୀମାନ  ଗମାତିଆ , ସତ୍ୟଭାମା ସୁନ୍ଦରାୟ  ଓ  ଉର୍ବଶିନୀ ନାୟକଙ୍କ ସମେତ ପଚାଶ ଜଣ କବି ସେମାନଙ୍କ ସ୍ୱ ରଚିତ କବିତା ପାଠ କରିଥିଲେ ।

ଡେ଼ଲାଙ୍ଗ/ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!