ହିନ୍ଦୁ ସଂସ୍କୃତି ଆମ ସନାତନ ଧର୍ମର ପରମ୍ପରା ଅନୁସାରେ ଯେତେବେଳେ ଆମେ ଭୋଜନ ପ୍ରସ୍ତୁତ କରୁଛେ, ସେତେବେଳେ ମନକୁ ପବିତ୍ର ରଖିବା ଅତ୍ୟନ୍ତ ଆବଶ୍ୟକ। ତେବେ ଯାଇ
ଆମର ଭୋଜନ ପ୍ରସ୍ତୁତି ପବିତ୍ର ବୋଲି ଭାବିନେବା । ଖାଦ୍ୟ ପ୍ରସ୍ତୁତ ସମୟରେ ମନରେ ଭଲ କିମ୍ବା ଖରାପ ଭାବନା ଖାଦ୍ୟ ସହିତ ମିଶିଯାଏ। ସେହି ଖାଦ୍ୟ ଭୋଜନ କରୁଥିବା ବ୍ୟକ୍ତିର ଶରୀରେ ପ୍ରଭାବିତ ହୋଇଥାଏ। ଯଦି ଆମେ ଏହି ଭୋଜନକୁ ମୋ ପ୍ରଭୁଙ୍କ ପାଇଁ ତିଆରି କରୁଛୁ ଭାବିବା ଏବଂ ସେହି ଖାଦ୍ୟକୁ ଶ୍ରଦ୍ଧା ଓ ଭକ୍ତିର ସହ ପ୍ରଭୁଙ୍କ ନାମସ୍ମରଣ କରି ପ୍ରସ୍ତୁତ କରିବା। ତେବେ ଏହା ଖାଇଥିବା ବ୍ୟକ୍ତି ପାଇଁ ଏକ ଦୈବୀ ପ୍ରସାଦ ହୋଇଥାଏ। ଯେପର୍ଯ୍ୟନ୍ତ ଆମର ଭାବନାରେ ଥିବ ଯେ ରନ୍ଧାଘର ଆମର କେବଳ ରୋଷଶାଳ ନୁହେଁ ଯଜ୍ଞ ଶାଳ, ରନ୍ଧନ ଖାଦ୍ୟକୁ ଭାବିବା ଆମେ ଦାନ ପରସୁଛୁ। ସାଂସାରିକ ଚିନ୍ତା ହେଉ କିମ୍ବା କ୍ରୋଧ ଯୁକ୍ତ ନକାରାତ୍ମକ ଭାବନା ରହିଲେ, ଭୋଜନ ଶୁଦ୍ଧ ହୁଏ ନାହିଁ। ତେଣୁ ହରିନାମର ଗୁଞ୍ଜନ ମଧ୍ୟରେ ଭୋଜନ ପ୍ରସ୍ତୁତ କରିବା ଉଚିତ ଯାହାଦ୍ୱାରା କେବଳ ଶରୀରକୁ ନୁହେଁ, ଆତ୍ମା ମଧ୍ୟ ଭକ୍ତି ପୁତ ଭାବରେ ପ୍ରସାଦ ସେବନ କରିଥାଏ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ