ରିପୋର୍ଟ :ପ୍ରଦୀପ ସେଠିଆ
ଧର୍ମଗଡ଼ (ଆମ ଓଡ଼ିଶା ଖବର)ଧର୍ମଗଡ଼ ବ୍ଲକ ର ମୋଟ ୫୫୮ଜଣ ନୂତନ ହିତାଧିକାରୀଙ୍କ ଭତ୍ତା ଅନୁମୋଦନ ହୋଇଯାଇଛି।ଅଗଷ୍ଟ ୧୫ସ୍ବାଧୀନତା ଦିବସ ରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯିବା କୁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।ଗତ କିଛିଦିନ ତଳେ ବିଭିନ୍ନ ପଞ୍ଚାୟତ ମାନଙ୍କରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ବ୍ଲକ ର ଯୋଗ୍ୟ ବିବେଚିତ ହିତାଧିକାରୀ ଙ୍କୁ ଚିହ୍ନଟ କରିବା ଓ ସମସ୍ତ ପ୍ରମାଣିତ ନଥିପତ୍ର ସଂଗ୍ରହ କରି ଭତ୍ତା ଆବେଦନ କରିବାକୁ ଆହ୍ୱାନ କରିଥିଲେ ଓ ଆଜି ଏହିପରିପେକ୍ଷି ରେ ସରପଞ୍ଚ ମାନେ ପ୍ରମୁଖ ଭୂମିକା ନେଇ ଘର ଘର ଯାଇ ଚିହ୍ନଟ କରିବା ସହ ଅନ ଲାଇନ bମାଧ୍ୟମରେଆବେଦନ କରାଇଥିଲେ।ଧର୍ମଗଡ ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତାରେ ଭତ୍ତା ବଣ୍ଟନ କରାଯାଇଥିଲା ।

ଉକ୍ତ ଭତ୍ତା ବଣ୍ଟନ ରେ ବ୍ଲକ ଅଧିକାରୀ ଶରତ କୁମାର ସେଠି ଓ ବ୍ଲକ ସରପଞ୍ଚ ମାନଙ୍କ ଉଦ୍ୟମ ରେ ଆଜି ବ୍ଲକ ର ମୋଟ ୫୫୮ଜଣ ନୂତନ ଭତ୍ତା ହିତାଧିକାରୀ ଭତ୍ତା ପାଇବାରେ ସକ୍ଷମ ହେଲେ।ସେମାନଙ୍କ ମଧ୍ୟରୁ ବଡ଼ଘୁମର ପଞ୍ଚାୟତ ର୍ବିଭିନ୍ନ ଗ୍ରାମର ୧୬ଜଣ ହିତାଧିକାରୀ ଥିବାବେଳେ ବଡ ବସୁଲ ୧୫,ବଡ଼ ଫୁର୍ଲା୩୨,ବେହେରା୨୪,ବଗାଡ଼ -୭,ବୋଡେ଼ନ-୧୭,ବ୍ରାହ୍ମଣଛେଣ୍ଡିଆ-୨୧,ଛନ୍ଚାଣବାହେଲି-୨୭ଛିଲିପା-୬୦,ଧଅରପୁର-୨୯,ଡୁମେରଗୁଡା-୨୮,ଗଡ଼ିଆଯୋର-୩୯,ଜୟନ୍ତପୁର-୩,କଦଲିମୁଣ୍ଡା-୫୧, କନା ଗାଁ-୧୮,କାଂକେରି-୧୦,ଖଇରପଦର-୬, ନନ୍ଦ ଗାଁ-୮,ପର୍ଲା -୨୩,ସନ୍ଦିକୁଳେର -୨,ତମ୍ବାଛଡ଼ା୧୯,ତରାପୁର-୩୬,ଟେଣ୍ଡାପାଳି-୧୫ ଓ ଟିପିଗୁଡା ପଞ୍ଚାୟତ ୫୨ଜଣ ହିତାଧିକାରୀ ଥିବା ଜଣାପଡିଛି।ତେବେ ଛିଲିପା ପଞ୍ଚାୟତ ସରପଞ୍ଚ ଙ୍କ ପ୍ରୟାସରେ ବ୍ଲକ ର ସର୍ବାଧିକ ୬୦ଜଣ ହିତାଧିକାରୀ ଥିବା ବେଳେ ସର୍ବନିମ୍ନ ୨ଜଣ ହିତାଧିକାରୀ ସନ୍ଦିକୁଳେର ପଂଚାୟତ ରୁ ଥିବା ଜଣାପଡିଛି।ଆଗକୁ ବ୍ଲକ ର ସମସ୍ତ ଯୋଗ୍ୟ ହିତାଧିକାରୀ ନ ଚିହ୍ନଟ କରାଯାଇ ଭତ୍ତା ଆବେଦନ କରାଯିବା କାର୍ଯ୍ୟକ୍ରମ ହାତ କୁ ନିଆଯିବ ବୋଲି ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ପ୍ରକାଶ କରିଛନ୍ତି।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l