ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି ,୧୭।୮(ଆମ ଓଡିଶା ଖବର ):- ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଓଡିଶାଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସମସ୍ତ ପିଇଓ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ସ୍ଥାନୀୟ ବିଡ଼ିଓ ଧର୍ମରାଜ ମାଝୀଙ୍କୁ ଏକ ଦୁଇ ଦଫାଦାବିପତ୍ର ପ୍ରଦାନ କରିଛନ୍ତି ।ପଞ୍ଚାୟତ ନିର୍ବାହି ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ୨ ରୁ ଯୁକ୍ତ୩ କରିବା ସହିତ ଦରମା ହାରଲେବୁଲ୫ରୁ ଲେବୁଲ୯ କୁଧାର୍ଯ୍ୟ କରିବା।ନୂତନ ପଦବୀସୃଷ୍ଟି କରି ୧୦ବର୍ଷ କାର୍ଯ୍ୟସମ୍ପୂର୍ଣ୍ଣ କରିଥିବାପଂଚାୟତ ନିର୍ବାହି ଅଧିକାରୀ ମାନଙ୍କୁ ପଦୋନ୍ନତି ପ୍ରଦାନ ସହିତ ଜିପିଡ଼ିଓ ପଦବୀରେ ସତପ୍ରତିଶତ ପଦୋନ୍ନତି ପ୍ରଦାନ କରିବା ଓ Oprs carderRule ଅନ୍ତର୍ଭୁକ୍ତ କରିବା ତାଙ୍କର ଦାବି ରହିଛି।ଚଳିତ ମାସ ୧୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବାକୁ ବିଡ଼ିଓଙ୍କୁ ଜଣାଇ ଛନ୍ତି ।ସୂଚନା ଥାଉକି ଗତ ୨୯ ଜୁଲାଇ ରେ ଓଡିଶା ସରକାରଙ୍କୁ ଦୁଇ ଗୋଟି ଦାବି 17 ଅଗଷ୍ଟ ମଧ୍ୟରେ ପୂରଣ ପାଇଁ ଜଣାଇ ଦଦିଆ ଯାଇଥିଲା ।କିନ୍ତୁ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଦାବି ପୂରଣ ନ ହେବାରୁ ଓଡିଶା ସଂଘ ପକ୍ଷରୁ 18 ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଏଣୁ ଆସନ୍ତାକାଲି ଠାରୁ ଚନ୍ଦାହାଣ୍ଡି ବ୍ଲକର କାର୍ଯ୍ୟରତ ପିଇଓ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ବିଡ଼ିଓଙ୍କୁ ପତ୍ର ମାଧ୍ୟମରେ ଜଣାଇ ଛନ୍ତି।ଦାବି ପତ୍ର ପ୍ରଦାନ ସମୟରେ ସୁର୍ଜନାରାୟନ ଭତ୍ରା, ସନ୍ତୋଷ ମିଶ୍ର ,ପ୍ରେମଲାଲ ନାଗେଶ, ରାଜେନ୍ଦ୍ର ସାହୁ, ପ୍ରମୁଖ ଉପସ୍ଥିତ ଥିଲେ।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l