ରିପୋର୍ଟ – ବଳବନ୍ତ ନାୟକ
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବପଲ୍ଲବ ଶିରୋନାମାରେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଫୁଲ ,ଚନ୍ଦନ ଦେଇ ସ୍ନେହ, ଶ୍ରଦ୍ଧାର ସହ ସ୍ବାଗତ କରିଥିଲେ।

କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ଯ ବକ୍ତା ଭାବେ ଅଧ୍ୟାପକ ରଞ୍ଜନ କୁମାର ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅଧ୍ଯାପକ ନିକୁଞ୍ଜ ସାହୁ, ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ, ଅଧ୍ୟାପକ ମୋହନ ଚରଣ ବିଶି, ଗ୍ରନ୍ଥାଗାର ସହାୟକ ଫକିର ଚଣ୍ଡି, ଖେଳ ଶିକ୍ଷକ ସୁରେନ୍ଦ୍ର ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ପରାର୍ମଶ ଦେବା ସହ ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ।ଦ୍ବିତୀୟ ବର୍ଷ ଛାତ୍ରୀ ଶିବାନୀ ପୂଝାରୀ, ସୁରେଶ୍ବରୀ ନାଏକ, ଚୁଡାମଣି ତିୱାରୀ, ଯସମିନ୍ ନାଗ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ ।

ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ମାନେ ତାଙ୍କ ନିଜ ନିଜ ଛାତ୍ର ଜୀବନର ଅନୁଭୁତି ବର୍ଣ୍ଣନା କରିଥିଲେ।ଛାତ୍ର ବୈବସୂତ ବିନ ବର୍ଗିଆ ଓ ସଞ୍ଜୟ ନାଏକଙ୍କ ସଂଯୋଜନାରେ ଦ୍ବିତୀୟ ବର୍ଷ ଛାତ୍ରୀ ସୁରେଶ୍ବରୀ ନାଏକ, ଯସମିନ୍ ନାଗ, ଶିବାନୀ ପୂଝାରୀ, ଲିପ୍ସା ସାହୁ, ଝାନସି ନାଏକ, ଚୁଡାମଣି ତିୱାରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଯୋଗମାୟା ପାଣ୍ଡେ ଓ ବର୍ଷା ରାଣୀ ମେହେର ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ। ଅଶୋକ ଚଣ୍ଡୀ ଓ ସାନୁର୍ଯ୍ୟ ଗୋପାଳ ସମେତ ଦ୍ବିତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
More Stories
ଔପନିବେଶୀୟ ଶିକ୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣିବ ଜାତୀୟ ଶିକ୍ଷାନୀତି (ଏନ୍. ଇ. ପି) -୨୦୨୦: ଉଚ୍ଚଶିକ୍ଷା ମନ୍ତ୍ରୀ।
ଗୁଡାରିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ।
ଟିଟିଲାଗଡ ପୂର୍ତ୍ତ ବିଭାଗ ଏସଡିଓ ଡିଲେଶ୍ବର ମାଝିଙ୍କ ଘରେ ଭିଜିଲାନ୍ସର ଚଢ଼ାଉ।