ରିପୋର୍ଟ :ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି- 05.09(ଆମ ଓଡିଶା ଖବର ) ଚାଷୀଙ୍କ ପାରମ୍ପରିକ ପର୍ବ ଡାଆଁଡସରା ଯାତ୍ରା ପାନାବେଡ଼ା ଅଞ୍ଚଳର ସମସ୍ତ ଗ୍ରାମର ଚାଷୀକୂଳଙ୍କୁ ନେଇ ଦଳବେଡ଼ା ଡଙ୍ଗରଦି ଦେବୀ ପୀଠରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ପର୍ବ କେଉଁ ଏକ ଅବାହମାନ କାଳରୁ ପାଳିତ ହୋଇ ଆସୁଥିବା ବେଳେ ଏହା ଏକ କୃଷିଭିତ୍ତିକ ପର୍ବ ରୂପେ ପ୍ରତିବର୍ଷ ନୂଆଖାଇ ପୂର୍ବରୁ ପାଳିତ ହୋଇଥାଏ l

ଏହି ପର୍ବରେ ପାନାବେଡ଼ା ଅଞ୍ଚଳର ଚୌରାଶି ଖଣ୍ଡ ଗ୍ରାମର ଗଣ୍ଡା ,ଗଉଁଟିଆ, ଚଳାଣ , ଶିରା, ପୂଜାରୀ ସମେତ ସମସ୍ତ ରଇତ ଉପସ୍ଥିତ ରହି ଉକ୍ତ ପୂଜା ପାଳନ କରିଥାନ୍ତି l ଆଜି ଏହି ମହୋତ୍ସବ ରେ ଡଙ୍ଗରଦି ଦେବୀ ପୂଜା ମହୋତ୍ସବ ରେ ସର୍ବପ୍ରଥମେ ଅତିଥି ମାନଙ୍କୁ ମା ଡଙ୍ଗରଦି ଦେବୀ ଙ୍କର ପୀଠ ସ୍ଥଳକୁ ଦର୍ଶନ କରିବା ନିମନ୍ତେ ପୂଜକ ଉଗ୍ରସେନ ପୂଜାରୀ ସମସ୍ତଙ୍କୁ ବାଟ କଢାଇ ନେଇ ଦର୍ଶନ କରାଇଥିଲେ l ପରେ ଏକ ସଭା ଆୟୋଜିତ ହୋଇଥିଲା l ଆଜିର ଏହି ପୂଜା ମହୋତ୍ସବ କାର୍ଯ୍ୟକ୍ରମରେ ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ରୂପେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ , ଉଠାଜଳସେଚନ ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ, ସମାଜସେବୀ ପୁରୁଷୋତ୍ତମ ପାରୀ, ପାଟଖଲିଆ ପୂଜାରୀ ହର ପୂଜାରୀ, ଡମ୍ବରୁଧର ପାତ୍ର, କଦମ୍ବ ପୂଜାରୀ ,ମାର୍କଣ୍ଡ ପୂଜାରୀ ପ୍ରମୁଖ ଯୋଗଦେଇଥିଲେ l

ଆଜିର ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଆରାଧ୍ୟା ଦେବୀ ଡଙ୍ଗରଦି ଙ୍କ ପୀଠ ସ୍ଥଳୀ ର ବିକାଶ ପାଇଁ ଫାଇବ ଟି ଓଡ଼ିଶା ତରଫରୁ ଦଶଲକ୍ଷ ଟଙ୍କା ର ଏକ ବିଶ୍ରାମ ସ୍ଥଳ ଓ ଦେବୀ ପୀଠର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରାଯାଇଥିବା ବେଳେ, ଆଜି ଏହାର ଶୁଭ ଉଦଘାଟନ. ମାନ୍ୟବର ସାଂସଦ ଓ ବିଧାୟକ ଙ୍କ କରକମଳରେ ହୋଇଥିଲା l ମା ଡଙ୍ଗରଦି ପୂଜାରେ ଅଞ୍ଚଳର ଭକ୍ତ ସମୂହ ଯଥା ନୃସିଂହ ମାଝୀ, କମଲୁ ମନହୀରା, ବନମାଳୀ ବାଘ, ଭୋଳାନାଥ ବେଶ୍ରା, ମାଧବ ଧୁରୁଆ, ଭୋଜ ଖରସେଲ, ଖମ୍ବେଶ୍ବର ମାଝୀ, ସମେତ ଅର୍ଜୁନ ଗଇଁତା, ମଙ୍ଗଳ ନାୟକ ସହଯୋଗ କରିଥିବା ବେଳେ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଭକ୍ତ ସାମିଲ୍ ହୋଇ ଦେବୀଙ୍କ ଆଶୀର୍ବାଦ ଲାଭ କରିଥିଲେ !


More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.