ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )
ବହୁପୁରାତନ ଜଗନ୍ନାଥ ସଡ଼କ ଏବେ ଶୋଚନୀୟ!ନୂତନ ନିର୍ମାଣ ଧୀନ ଧଳପୁର -ଆଠମଲ୍ଲିକ ମହାନଦୀ ସେତୁ କୁ ସଂଯୋଗ କରୁଥିବା ଅପ୍ରୋଚ ରାସ୍ତା କୁ ଲାଗି ସେତୁ ତଳେ ଦୀର୍ଘ ବର୍ଷ ଧରି ରାସ୍ତା ସମସ୍ୟା ଲାଗି ରହିଛି!ବହୁ ସମୟରେ ବ୍ଲକ ପ୍ରଶାସନ, ନେତା ମନ୍ତ୍ରୀ ଓ ପୂର୍ତ୍ତ ବିଭାଗକୁ ବାରମ୍ବାର ଗୁହାରି କରିବା ସହିତ ବହୁ ସମୟରେ ଗଣ ମାଧ୍ୟମରେ ପ୍ରକାଶ ପାଇ ଆସୁଥିଲେ ମଧ୍ୟ ରାସ୍ତା ରମରାମତି କିମ୍ବା ପୁନଃ ନିର୍ମାଣ ହୋଇ ନ ପାରିବାରୁ ଗୋଟିଏ ସପ୍ତାହ ହେଲା ଉକ୍ତ ସ୍ଥାନରେ ବହୁ ମାଲ ବାହି ଟ୍ରକ ଫସିବା, ଆମ୍ବୁଲାନ୍ସ ଯାଇନପରିବା, ଦୁର୍ଘଟଣା ଘଟିବ ଓ ସରକାରୀ ବସ ଫେରିଯିବା ଭଳି ଘଟଣା ଘଟି ଆସୁଛି!ଏହାର ପ୍ରତିବାଦ ରେ ଆଜି ସ୍ଥାନୀୟ ଅଂଚଳ ର ସାଧାରଣ ଜନତା ଓ ବିଜେପି କର୍ମୀ ତଥା ପୂର୍ବତନ ଜିଲ୍ଲପାରିଷଦ ପ୍ରାଥୀ ଅରୂପା ଦିପ ଏକ ଅଭିନଵ ପ୍ରତିବାଦ ରେ କାଦୁଅ ରାସ୍ତାରେ ଧାନ ତଳି ଲଗାଇ, ଜାତୀୟ ପତାକା ଧରି କାଦୁଅ ରେ ବସି ରହିଛନ୍ତି!ଯେତେଦିନ ପର୍ଯ୍ୟନ୍ତ ଏହି ରାସ୍ତର ସମାଧାନ ନ ହେବ ସେତେଦିନ ପର୍ଯ୍ୟନ୍ତ ଏହି ପ୍ରତିବାଦ ଚାଲୁ ରହିବ ଓ ପ୍ରତିବାଦ ରେ ଯଦି କାହାର କଣ କ୍ଷତି ହୁଏ ଜିଲ୍ଲା ପ୍ରଶାସନ ଏହାର ଦାୟୀ ହେବେ ବୋଲି ବିଜେପି ନେତା ଅରୂପା ଦୀପ କହିଛନ୍ତି l


More Stories
హైదరాబాద్ మహిళా ఐపీఎస్ బడుగుల సుమతి, యావత్ దేశ పోలీసులకు ఒక గొప్ప మంత్రాన్ని అందించారు.
ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍: ମାଷ୍ଟରମାଇଣ୍ଡ ପୁଣେର ଜୀବବିଜ୍ଞାନ ଅଧ୍ୟାପିକା ମନୀଷା ମନ୍ଧାରେ ଗିରଫ।
ସିବିଆଇ ପଞ୍ଝାରେ ନିଟ ପ୍ରଶ୍ନପତ୍ର ଲିକ୍ର କିଙ୍ଗପିନ ପ୍ରଫେସର କୁଲକର୍ଣ୍ଣି