ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ
କନ୍ଧମାଳ ଶିକ୍ଷାଦାନ ବାଧପ୍ରାପ୍ତ l 11/9/23 – ତିନି ଦଫା ଦାବି ପୂରଣ ନେଇ କନ୍ଧମାଳ ଜିଲ୍ଲା ରେ ଆଜି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଲେ ନିଖିଳ ଉତ୍କଳ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ସଂଘ l କ ନୂଆଗାଁ ସାରଙ୍ଗଡ ଗ୍ରାମ ପଞ୍ଚାୟତ ର ସଭାଗୃହରେ ସଂଘ ପକ୍ଷରୁ ଅନୁଷ୍ଠିତ ବୈଠକ ରେ ପ୍ରେସ ମିଟ ଜରିଆରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି l ନିଖିଳ ଉତ୍କଳ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ସଂଘ ର ଜିଲ୍ଲା ଉପ ସଭାପତି ସନ୍ତୋଷ କୁମାର ଦିଗାଲ ଙ୍କ ନେତୃତ୍ଵ ରେ ଆୟୋଜତ ବୈଠକ ରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ଉପ ସଭାପତି ବିଦେଶୀ ନାୟକ l ରାଜ୍ୟ ଜୋନାଲ ସେକ୍ରେଟାରୀ ବିଦେଶୀ ନାୟକ ସମେତ ଜିଲ୍ଲା ର ବାରଗୋଟି ବ୍ଳକ୍ ର ସଭାପତି ସଂପାଦକ ପ୍ରମୁଖ ଯୋଗଦେଇଥିଲେ l ଆଜି ଠାରୁ ଶିକ୍ଷକ ମାନେ ବିଦ୍ୟାଳୟ ଗୁଡିକ ରେ ଶିକ୍ଷଣ କାର୍ଯ୍ଯ ବନ୍ଦ କରି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l
ତିନି ଦଫା ଦାବି ମଧ୍ୟରେ ପ୍ରାଥମିକ ଶିକ୍ଷା ରୁ ଠିକା ଉଚ୍ଛେଦ l କନିଷ୍ଠ ଶିକ୍ଷକ ଙ୍କୁ ନିୟମିତ l ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକ ଙ୍କ ଠିକା କାର୍ଯ୍ଯ କାଳକୁ ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ସହିତ ଏକ୍ସ କ୍ୟାଡ଼ର ଶିକ୍ଷକ ବହୁ ଭାଷୀ ଶିକ୍ଷକ କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ l ସମସ୍ତ ବର୍ଗର ଶିକ୍ଷକ ଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଲେବୁଲ 9 ଗ୍ରେଡ ପେ 4200 ଅନୁଯାୟୀ ପ୍ରଦାନ କରିବା l ପୁରୁଣା ପେନସନ ପୁନଃ ପ୍ରଚଳନ କରିବା ଭଳି ଦାବୀ ରହିଛି l ଶିକ୍ଷକ ଙ୍କ କାର୍ଯ୍ଯ ବନ୍ଦ ଆନ୍ଦୋଳନ ଯୋଗୁଁ ଜିଲ୍ଲା ରେ ପ୍ରାୟ ପଞ୍ଚଶହ ରୁ ଉର୍ଦ୍ଧ ବିଦ୍ୟାଳୟ ଗୁଡ଼ିକ ରେ ଶିକ୍ଷଣ କାର୍ଯ୍ଯ ବାଧାପ୍ରାପ୍ତ ହେବ ବୋଲି ଜଣା ପଡ଼ିଛି l ପ୍ରାଥମିକ ଶିକ୍ଷକ ସଂଘ ଜୋନାଲ କମିଟି ସନ୍ତୋଷ କୁମାର ଦିଗାଲ – ଉପ ସଭାପତି କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ l ଉପସ୍ଥାପନା କରିଛନ୍ତି l
More Stories
ଦୁଃଖିନୀ ରୋଗାଗ୍ରସ୍ତ ସୁମିତ୍ରା ଙ୍କ ପାଖରେ ପହଞ୍ଚିଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ର କର୍ମକର୍ତ୍ତା l
୧୮ତମ ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ସମାରୋହ ।
ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ର ଜୟନ୍ତୀ ସମାରୋହ