ରିପୋର୍ଟ :(ଦେବାଶିଷ ମହାରଣା)
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ଜିଲ୍ଲାପାଳ ଏଵଂ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିର କୁ ଆରକ୍ଷୀ ଅଧିକ୍ଷକ ଜଗନ ମୋହନ ମିନା ଏଵଂ ଗଞ୍ଜାମ ଏଡ଼ିଏମ ଜେନେରାଲ ରୀନା କୁମାରୀ ଖେସ ଏଵଂ ଏଡ଼ିଏମ ପ୍ରିୟବ୍ରତ ସାହୁ ଯୋଗ ଦେଇ ଜନ ସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ | ମୁଖ୍ୟତଃ ଭତା,ରାସନ କାର୍ଡ ଏଵଂ ଆବାସ ଯୋଜନା ସମ୍ବଦ୍ଧିୟ ବହୁ ଅଭିଯୋଗ ଆସିଥିବା ଦେଖିବାକୁ ମିଳିଛି | କିନ୍ତୁ କିଛି ଦିନ ତଳେ 5ଟି ସଚିବ ଏହି ବ୍ଲକ ର ବୁରୁଝରୀ ସ୍ଥିତ ଶନି ମନ୍ଦିର ପଡିଆ ରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣୀ ଶିବିର କରି ହଜାର ହଜାର ଅଭିଯୋଗ ପତ୍ର ଗ୍ରହଣ କରିଥିବା ବେଳେ ଆଜି ଜିଲ୍ଲାପାଳ ଓ ଏସ ପି ବେଗୁନିଆପଡା ବ୍ଲକ ପରିସରରେ ଅଭିଯୋଗ ଶୁଣାଣୀ ଶିବିର ମାଧ୍ୟମରେ ହଜାର ହଜାର ଅଭିଯୋଗକାରୀ ଙ୍କ ଅଭିଯୋଗ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା | ତେବେ ଏଠାରେ ପ୍ରଶ୍ନ ଉଠୁଛି ତେଇଶି ବର୍ଷ ଶାସନ କଲା ପରେ ଗୋଟିଏ ମାସରେ ଦୁଇ ଦୁଇ ଟି ଶିବିର କରି ହଜାର ହଜାର ଅଭିଯୋଗ ଶୁଣୁଥିବା ବେଳେ ବିକାଶ କେଉଁଠାରେ ଲୁଚି ରହିଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ଯୁବ ନେତା ଆଲୋକ ଶତପଥି | ଆଜିର ଶିବିରରେ ହଜାର ହଜାର ଅଭିଯୋଗ କାରି ଆସିଥିବା ବେଳେ ପ୍ରବଳ ଗରମ ହେତୁ ପାନୀୟ ଜଳ ର କୌଣସି ବ୍ୟବସ୍ଥା କରା ଯାଇନଥିଲା | ଅନ୍ୟ ପଟେ ଅଭିଯୋଗ ଦାଖଲ ପାଇଁ ଲମ୍ବା ଲାଇନ ଲାଗିଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ସମସ୍ତ ଅଭିଯୋଗ ଗ୍ରହଣ ନକରି ଶିବିର ଛାଡିବା ମଧ୍ୟ ଅଭିଯୋଗ କାରି ଙ୍କୁ ଉପହାସ କଲା ଭଳି ପ୍ରତୀୟ ମାନ ହୋଇଛି | ଏହି ଶିବିର କୁ ଆସିଥିବା ଦିବ୍ୟାଙ୍ଗ ମାନେ କିଭଳି ଅଭିଯୋଗ ପତ୍ର ଦାଖଲ କରିବେ ସେ ନେଇ କୌଣସି ବ୍ୟବସ୍ଥା ହୋଇ ନଥିବା ପରିଲିକ୍ଷିତ ହୋଇଥିଲା | ଏହି ଅଭିଯୋଗ ଶୁଣାଣୀ ଶିବିରରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, କୋଦଳା ତହସିଲଦାର ସସ୍ମିତା ଶତପଥି,କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, ବେଗୁନିଆପଡା ଭାରପ୍ରାପ୍ତ ଥାନା ଅଧିକାରୀ ସଂଗ୍ରାମ ଦେଉରୀ,କୋଦଳା ସ୍ୱାସ୍ଥ୍ୟ ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁ ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ଜନ ସାଧାରଣଙ୍କ ଅଭିଯୋଗ ଶୁଣିଥିଲେ |


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ