ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି:୦୩/୧୦(ଆମ ଓଡିଶା ଖବର )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମାଲଗାଁ ଗ୍ରାମଠାରେ ସାମୁହିକ ଭାବରେ ନୂଆଖାଇ ଭେଟଘାଟ ଜୁହାରେନ ୨୦୨୩ ପାଳନ କରାଯାଇଥିଲା ।ମକର ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଟ ଶିକ୍ଷାବିତ୍ ତଥା ପାନାବେଡ଼ା ମହା ବିଦ୍ୟାଳୟର ସଭାପତି ଦୂତୀବାହନ ଖମାରୀ,ଯୋଗଦେଇଥିଲେ।ବ୍ଲକ ବିଜେଡି ନେତା ଗୌରହରି ନାୟକ,ସମାଜସେବୀ ପୁରୁଷୋତ୍ତମ ପାରି, ଯୋନ ୨ ଜିଲ୍ଲାପରିଷଦ ସଭ୍ୟା କେତକୀମଲ୍ଲୀ ଗୌଡ,ସ୍ଥାନୀୟ ସମିତି ସଭ୍ୟା କ୍ଷୀରମଣି ଚଣ୍ଡି,ସମାଜ ସେବି ପ୍ରଶାନ୍ତ ପାରି, ବ୍ଲକ ଉପାଧ୍ୟାକ୍ଷ ବାସୁଦେବ ଗୌଡ଼,ଏବଂ ସମସ୍ତ ଗ୍ରାମର ପୂଜାରୀ,ଶିରା,ଗଣ୍ଡା ଓ ବିଭିନ୍ନ ଗ୍ରାମରୁ ଆସିଥିବା ଅତିଥିମାନେ ମଞ୍ଚାସିନ ଥିଲେ। ଉପସ୍ଥିତ ଥିବା ସମସ୍ତ ଅତିଥି ବୃନ୍ଦଙ୍କୁ ସର୍ବ ପ୍ରଥମେ ଉପଢ଼ୌକନ ଦେଇ ସମ୍ଭାନୀତ କରାଯାଇଥିଲା।ଓ ପରେ କୁରେଇ ପତ୍ରରେ ନୂଆ ଧାନରେ ପ୍ରସ୍ତୁତ ହୋଇଥିବା ପ୍ରସାଦ ସେବନ କରାଯାଇଥିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଇଥିଲା ।ଚଳିତ ବର୍ଷରେ ଅଳ୍ପ ବୃଷ୍ଟିପାତ ଯୋଗୁଁ ଚନ୍ଦାହାଣ୍ଡି ବ୍ଲକ ରେ ମରୁଡି ଆଶଙ୍କା ଦେଖା ଦେଇଥିବାରୁ ଆଜିର ନୂଆଖାଇ ଜୁହାରେନ କାର୍ଯ୍ୟକ୍ରମ ରେ ମାନ୍ୟବର ସାଂସଦ ଙ୍କୁ ସମଗ୍ର ଅଞ୍ଚଳକୁ ମରୁଡି ଘୋଷଣା କରିବା ପାଇଁ ଲିଖିତ ଆକାରରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ତା ସହିତ ବାଲ୍ୟ ବିବାହ କୁ କିପରି ଭାବରେ ରୋକା ଯାଇ ପାରିବ ସେ ବିଷୟରେ ଏକ ନାଟକ ମାଧ୍ୟମରେ ଉପସ୍ଥିତ ସମସ୍ତ ଜନ ସାଧାରଣଙ୍କୁ ସୁନ୍ଦର ଭାବେ ପରିବେଷଣ କରି ବୁଝାଇ ଥିଲେ।ଏହି କାର୍ଯ୍ୟକ୍ରମ କୁ ଡମ୍ବରୁ ପାତ୍ର,ଧନେଶ୍ଵର ଖମାରୀ,ଲୋଚନ ନାୟକ,ପତି ରାମ ଜୟେଡ,ଗଜେନ୍ଦ୍ର ଗୌଡ, ତରୁଣ ଗୌଡ, ଇଶ ନାୟକ ଓ ସମସ୍ତ୍ ମାଲଗାଁ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।ଏହି ମଞ୍ଚକୁ ବଳରାମ ପଟ୍ଟନାୟକ ପରିଚାଳନା କରିଥିଲେ।


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ