ହରଭଙ୍ଗା 3/10 /23ବୌଦ୍ଧ ଜିଲ୍ଲା ହରଭବ୍ଲକ୍ ପୁରୁଣାକଟକ କଲ୍ୟାଣୀ ମଣ୍ଡପ ଠାରେ YCDA ବାଉଁସୁଣି ଓ BNI ବାଙ୍ଗାଲୋର୍ ର ମିଳିତ ଆନୁକୁଲ୍ୟରେ ମାନସିକ ରୋଗୀ ମାନଙ୍କ ପାଇଁ ଏକ ଐକିକରଣ ଶିବିର ଗତକାଲି ଠାରୁ ଆରମ୍ଭ ହୋଇଯାଇଛି। ଉକ୍ତ ଉଦ୍ଘାଟନ ଉତ୍ସବ ରେ ସ୍ଥାନୀୟ ସରପଞ୍ଚ ଶ୍ରୀ ଅଶୋକ କୁମାର ସେଠୀ ଓ ପୁରୁଣା କଟକ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ର ଡ଼ାକ୍ତର ଡ଼ଃ ରଜତ ମହାନନ୍ଦିଆ ଯୋଗ ଦେଇଥିଲେ। ମାନସିକ ଅସୁସ୍ଥତା ରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମାନେ କିପରି ତାଙ୍କର ହରେଇଥିବା କୌଶଳ ଗୁଡ଼ିକ ପୁନଃ ଫେରି ପାଇବ ସେଥିପାଇଁ ପାଞ୍ଚ ଦିନ ଧରି ଲୋକଙ୍କୁ ସଚେତନ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ବାଙ୍ଗାଲୋର ର ରାଜାରାମ ଯୋଗ ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମ କୁ ଗିରିଶ ମେହେର, ରାଜୀବ କର୍ମୀ ଙ୍କ ସହିତ ଅନ୍ୟାନ୍ୟ YCDA ର ମେମ୍ବର ମାନେ ସହଯୋଗ କରୁଛନ୍ତି। ଆଜି ଥିଲା ଶିବିର ର ଦୂତିଅ ଦିନ। ଆଜି ହରଭଙ୍ଗା ବ୍ଲକ୍ ର 15 ଟି ପଞ୍ଚାୟତ ରୁ ଜଣେ ମାତ୍ର ମନସିକ ଅସୁସ୍ଥ ରୋଗୀ ଯୋଗ ଦେଇଥିଲେ। ପ୍ରଥମେ ପୁରୁଣା କଟକ ର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କୁ ଦର୍ଶନ କରିବା ପରେ ଏକ ରାଲି ମାଧ୍ୟମ ରେ ଲୋକ ମାନଙ୍କୁ ସଚେତନ କରାଯାଇଥିଲା। ସମସ୍ତ ମନସିକ ବ୍ୟକ୍ତି ଓ ତାଙ୍କ ପରିବାର ର ମନ ଆଗ୍ରହ କୁ ନେଇ ଏକ ଖେଳ ପ୍ରସ୍ତୁତ କରାଯାଇଥିଲା। ଏବଂ ସନ୍ଧ୍ୟା 6 ଘଣ୍ଟିକା ସମୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।
ହରଭଙ୍ଗା ଠାରେ ଐକିକରଣ ଆବାସିକ ଶିବିର ଉଦ୍ଘାଟନ l

More Stories
ଓଡିଶା ଡ୍ରାଇଭର ମହାସଂଘ୍ ବୋଲଗଡ ଶାଖା ପକ୍ଷରୁ ଷ୍ଟିୟରିଙ୍ଗି ଛାଡ଼ ଆନ୍ଦୋଳନ ।
DR. SIBA PRASAD SETHI,MO,CHC,KUJANGJAGATSINGHPUR AND HIS ASSOCIATE SRI SURYA NARAYAN CHOUDHURY NABBED BY ODISHA VIGILANCE WHILE TAKING BRIBE RS 10,000/- FOR ISSUANCE OF FAVOURABLE POST MORTEM REPORT.
ଶୁଦ୍ଧପୂତ ରନ୍ଧନ କିପରି କରାଯାଏ, ସେହି ରନ୍ଧନ ଖାଦ୍ୟ ଶରୀରରେ କିଭଳି କ୍ରିୟାଶୀଳ କରେ।