ଖୋର୍ଦ୍ଧା (ଆମ ଓଡ଼ିଶା ଖବର )କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ପ୍ରତି ବ୍ଳକ ରେ କୃର୍ଷି ଯନ୍ତ୍ରପାତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖୋରଧା ଜିଲ୍ଲା କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ କୃଷି ଯନ୍ତ୍ରପାତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୨୬ ଟି ଗ୍ରାମ ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଏହି କାର୍ଯ୍ୟକ୍ରମ ରେ ସାମିଲ କରାଯାଇ ସମସ୍ତ କୃର୍ଷି ଯନ୍ତ୍ରପାତି ସଂପର୍କ ରେ ସଚେତନତା କରାଯାଇଥିଲା। ନିକଟସ୍ଥ ଅଂଚଳ ର ଡିଲର ମାନେ ସମସ୍ତ କୃର୍ଷି ଯନ୍ତ୍ରପାତି କାର୍ଯ୍ୟାଳୟ ପରିସରରେ ପ୍ରଦର୍ଶିତ କରିଥିଲେ। ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ କିଣିଲେ ସର୍ବାଧିକ ୭୫ % ରିହାତି, ଚାଷୀ କିଣିଲେ ୪୦ ରୁ ୫୦ % ରିହାତି ର ସୁଯୋଗ ରହିଛି। ସ୍ବୟଂ ସହାୟିକା ଗୋଷ୍ଠୀ ର ସଭ୍ୟା ମାନେ ବିଭିନ୍ନ ଯନ୍ତ୍ରପାତି ସାହାଯ୍ୟରେ ସ୍ବାବଲମ୍ବୀ ହେବା ଲକ୍ଷ୍ୟ ନେଇ ସଚେତନତା କରାଯାଇଥିଲା।

ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ର, ବ୍ଳକ କୃଷି ଅଧିକାରୀ ପଦ୍ମଜା ପଟ୍ଟନାୟକ, କୃଷି ଇଂଜିନିୟର ଅକ୍ଷୟ କୁମାର ସାହୁ, ବ୍ଳକ ପ୍ରୋଗ୍ରାମ ମ୍ୟାନେଜର ପ୍ରକାଶ ସିଂ, ଅତିରିକ୍ତ କୃଷି ଅଧିକାରୀ ଯାଜ୍ଞସେନୀ ନାୟକ, ଆତ୍ମା ସଭାପତି ସୁକାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ୬୦ ଜଣ ସ୍ବୟଂ ସହାୟିକା ଗୋଷ୍ଠୀ ର ସଭ୍ୟା,କୃଷକ ସାଥି ଓ ଆଗ୍ରହୀ କୃଷକମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ତେଲ କଳ,ରୋଟାଭେଟର,ଘାସକଟା ମେସିନ,ପେପର ପ୍ଳେଟ ମେସିନ,ଗ୍ରେଭି ମେସିନ,ଗାତଖୋଳା ମେସିନ,ପମ୍ପ ସେଟ୍,ଧାନକଳ, ପାୱାର ଟିଲର, ପାୱାର ଉଇଡର,ଧାନକଟା ମେସିନ,ଧାନ ଅମଳ ମେସିନ ପ୍ରଭୃତି ପ୍ରଦର୍ଶିତ ହୋଇଥିଲା। ରାଜ୍ୟ ସରକାରଙ୍କ ଯୋଜନାରେ ଜଣେ କୃଷି ପରିବାର କିଭଳି ଉପକୃତ ହୋଇପାରିବେ ଏହା ହେଉଛି ତାହାର ଉଦାହରଣ । କୃର୍ଷି କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।