ରିପୋର୍ଟର :-ମୋହନଲାଲ ସୁନାନୀ
ପାନାବେଡ଼ା,୩୧।୭ ଚନ୍ଦାହାଣ୍ଡି ବ୍ଲକ ସଭାଗୃହ ଠାରେ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ନବରଙ୍ଗପୁର ଜିଲ୍ଲାପାଳ ଡ. କମଳଲୋଚନ ମିଶ୍ର ଏଥିରେ ଯୋଗଦେଇ ୨୯ଟି ଅଭିଯୋଗର ଶୁଣାଣି କରିଛନ୍ତି।ଏଥିରେ୧୩ଟି ବ୍ୟକ୍ତିଗତ ଏବଂ ୧୬ଟି ସାମୁହିକ ସମସ୍ୟା ରହିଥିଲା ।ଜିଲ୍ଲାପାଳ ସାଙ୍ଗେ ସାଙ୍ଗ ୬ଟି ସମସ୍ୟାର ସମାଧାନ କରିଥିଲେ।ଏହି ଅବସରରେ ଫଟକି ସମିତି ସଭ୍ୟ ସନ୍ତୋଷ ପଟ୍ଟନାୟକ ଅଞ୍ଚଳରେ ବନ୍ଦ ପଡିଥିବା ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲ ମାନଙ୍କ ପିଇବା ପାଣି ଯୋଗାଣ ପାଇଁ ଦାବି ଜଣେଇ ଥିଲେ।ସେହିପରି ଚନ୍ଦାହାଣ୍ଡି ଆଦିବାସୀ ସଂଘ ତରଫରୁ ବିଶ୍ୱ ଆଦିବାସୀ ଦିବସ କୁ ସରକାରୀ ଛୁଟି ଘୋଷଣାପାଇଁ ଦାବି ଜଣେଇ ଥିଲେ।ଜିଲ୍ଲାପାଳ ବିଭିନ୍ନସମସ୍ୟା ଶୁଣିବା ପରେ ବିଭାଗୀୟ ଅଧିକାରୀଙ୍କୁ ସମାଧାନ ନିମନ୍ତେ ନିର୍ଧେସ ଦେଇଥିଲେ।ପରେ ଦୁଇଜଣ ଦିବ୍ୟାଙ୍ଗ କୁ ବିବାହ ପ୍ରହସନ ରାଶି ଅଢେ଼ଇ ଲକ୍ଷଟଙ୍କା ର ଚେକ ଓ ୨୦ ଜଣଙ୍କୁ ମଧୁବାବୁ ପେନସନ ବଣ୍ଟନ କରିଥିବା ନେଇ ସାମାଜିକ ସୁରକ୍ଷା ଅଧିକାରୀ ଇଲିଯାବେଦ ଗରଡା ସୂଚନା ଦେଇଥିଲେ ।ଶିବିରରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ, ବିଡ଼ିଓ ଧର୍ମରାଜ ମାଝି,ତହସିଲଦାର ସ୍ନିଗ୍ଧାରାଣି ପଳାଇ,ଦିବାକର ଗୌଡ଼, ଡମାରସିଂ ମାଳି,ଜେଇ ଚନ୍ଦନ ଦଳେଇ, ରାଜିବଲୋଚନ ଧଳ,ସହକାରୀ କୃଷି ଅଧିକାରୀ ଗଜାନନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ