ବୈପାରୀଗୁଡା (ଇନ୍ଦ୍ର କୁମାର ପାଙ୍ଗି ) କଥା କଥାକୁ ନେଇ ବିଜେଡି ଦଳ ମଧ୍ୟରେ ଦେଖା ଦେଇଛି ତୀବ୍ର ଅସନ୍ତସ। ବୈପାରିଗୁଡ଼ା ବ୍ଲକ୍ ଶାସକ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ବାରମ୍ବାର ବିଶୃଙ୍ଖଳା ହେବା ସହ ଲାଗି ରହିଛି ଗୋଷ୍ଠି କନ୍ଧଳ। ଗୋଟିଏ ପରେ ଗୋଟିଏ ନେତାଙ୍କ ବିବାଦ ଲାଗି ରହିଥିବାବେଳେ ବୈପାରିଗୁଡ଼ା ବିଜେଡ଼ି ବିଜେଡ଼ି ଭିତରେ ଲାଗି ରହିଛି ଟଣା ଅଟରା । କିଛି ଦିନ ପୂର୍ବେ ଦଳ ବିରୋଧି କାର୍ଯ୍ୟ କରିଥିବା ନେଇ ବିଜୁ ଜନତା ଦଳର ଜିଲ୍ଲା ଉପ ସଭାପତି ତଥା ଚଳିତ ବର୍ଷର ଦୋରାଗୁଡ଼ା ଗ୍ରାମ ପଞ୍ଚୟତ ସମିତି ସଭ୍ୟ ତ୍ରିଲୋଚନ ଜେନାଙ୍କୁ ଦଳ ନିଲମ୍ବିତ କରିଥିଲା । ଏହାକୁ ନେଇ ବୈପାରିଗୁଡ଼ା ରାଜନୀତିରେ ଜର୍ ଚର୍ଚ୍ଚା ହେବାରେ ଲାଗି ରହିଥିବା ବେଳେ, ବୈପାରିଗୁଡ଼ା ବ୍ଲକ୍ ବିଜୁ ଜନତା ଦଳରେ ପୁଣି ଏବେ ଏକ ନୂଆ ଗୋଷ୍ଠି କନ୍ଦଳ ସୃଷ୍ଠି ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ଗତ ଦୁଇଦିନ ପୂର୍ବେ ବୈପାରିଗୁଡ଼ା ବିଜୁ ଜନତା ଦଳର ନିର୍ବାଚିତ ଜନ ପ୍ରତିନିଧି ଓ ନିଜ ଦଳୀୟ କର୍ମୀ ଏକତ୍ରିତ ହୋଇ ବୈପାରିଗୁଡ଼ା ବ୍ଲକ୍ ବିଜେଡି ସଭାପତି ହେମନ୍ତ କୁମାର ମହାପାତ୍ରଙ୍କ ବିରୁଦ୍ଧରେ ଜିଲ୍ଲା ସଭାପତି ଶ୍ରୀ ଝିନ୍ନ ହିକକାଙ୍କ ପାଖରେ ଅଭିଯୋଗ କରିଥିବା କରିଥିଲେ । ଅସନ୍ତସ ଦଳୀୟ କର୍ମୀଙ୍କ କହିବା ଅନୁଯାୟୀ ବିଜେଡି ବ୍ଲକ୍ ସଭାପତି ହେମନ୍ତ କୁମାର ମହାପାତ୍ର ବିଜେଡି କର୍ମୀ ମାନଙ୍କୁ ଅଣଦେଖା କରିବା ସହ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ସହ ହାତ ମିଳେଇ ବ୍ଲକରେ ଆସୁଥିବା ବିଭିନ୍ନ ଫୋଣ୍ଡର ଟଙ୍କା ଆତ୍ମସାତ କରୁଥିବା ନେଇ ମଧ୍ୟ ଦଳୀୟ କର୍ମୀ ଅଭିଯୋଗ କରିଛନ୍ତି । ବୈପାରିଗୁଡ଼ା ବିଜେଡି ଦଳୀୟ ଗୋଷ୍ଠି କନ୍ଦଳକୁ ନେଇ ଖବର ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏହାକୁ ନେଇ ଓଲଟା ଜବାବ୍ ଦେଇଛନ୍ତି ବୈପାରିଗୁଡ଼ା ବ୍ଲକ୍ ବିଜେଡି ସଭାପତି ହେମନ୍ତ କୁମାର ମହାପାତ୍ର । ଶ୍ରୀ ମହାପାତ୍ର ସିଧା ସଳଖ କହିଛନ୍ତି ଯେ ବିଜୁ ଜନତା ଦଳ ଏକ ଶାନ୍ତି ଶୃଙ୍ଖଳା ଦଳ। ଦଳୀୟ ନେତା ଦଳ ବିରୋଧୀ କାର୍ଯ୍ୟ କଲେ ଦଳ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସେହିପରି ହଳଦୀ କୁଣ୍ଡ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ବିଭୀଷଣ ହନ୍ତାଳ୍ ବିଗତ ଦିନରେ ଗୁପ୍ତେଶ୍ୱର ଏକ ଜଙ୍ଗଲରେ ମାଟି ଅତଡ଼ା ଖସି ମୃତ୍ୟୁ ବରଣ କରିଥିବା ଗରିବ ଲୋକଙ୍କ ପାଇଁ ଆସିଥିବା ଅନୁଦାନ ଆତ୍ମସାତ କରିଥିଲେ ଏନେଇ ବିଭୀଷଣ ହନ୍ତାଳଙ୍କୁ ମୁଁ ତାଗିଦ୍ କରିଥିଲି । ତା ପ୍ରତି ଅପମାନ ହୋଇଥିବାରୁ ମୋ ବିରୋଧରେ ସେ ଅଭିଯୋଗ କରିଛନ୍ତି । ମୁ ଦଳର କୌଣସି ମଧ୍ୟ କର୍ମୀଙ୍କୁ ଅଣ ଦେଖା କରିନାହିଁ କିମ୍ବା ଆଗାମୀ ଦିନରେ ମଧ୍ୟ କାହାକୁ ଅଣ ଦେଖା କରାଯିବ ନାହିଁ ନିଜ ସ୍ୱାର୍ଥ ଛାଡ଼ି ଦଳ ପାଇଁ କାମ କଲେ ଦଳ ଆପେ ଗ୍ରହଣ କରିବ ବୋଲି ଶ୍ରୀ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିବା। ଏନେଇ ଆମ ପ୍ରତିନିଧି ଇନ୍ଦ୍ର ପାଙ୍ଗି କୋରାପୁଟ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ଝିନ ହୀକାକାଙ୍କୁ ଯୋଗାଯୋଗ କରିବାରୁ ବୈପାରିଗୁଡ଼ା ବ୍ଲକରେ ହୋଇଥିବା ଦଳୀୟ ସମସ୍ୟା ପାଇଁ ପାଞ୍ଚ ଜଣିଆ ଟିମ୍ ତଦନ୍ତ କରିବେ । ତଦନ୍ତ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ଆଉ ଦସୀ ଉପରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ହିକାକା ପ୍ରକାଶ କରିଛନ୍ତି ।
More Stories
ବୁରୁଝରୀ ରେ ବିଜେପିର ମିଶ୍ରଣ ପର୍ବ…ବିଜେପିରେ ଯୋଗଦେଲେ ଯୁବ ସରପଞ୍ଚ ଙ୍କ ସମେତ ଶତାଧିକ କର୍ମୀ l
ଚିଲିକା ଆମ ଆଦମୀ ପାର୍ଟି ବିଧାୟକ ପାର୍ଥି ସଂଗ୍ରାମଙ୍କ ମାରାଥନ ପ୍ରଚାର l
ଚିଲିକା:ସ୍ୱାଧୀନ ପାର୍ଥୀ ମନ୍ମଥ କୁମାର ସିଂ ଙ୍କର ପ୍ରଚାର l