ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ
ବାଲିଗୁଡ଼ା: (ଆମ ଓଡ଼ିଶା ଖବର )ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଗଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ବୁଡାଗୁଡ଼ା ଛକ ନିକଟରେ । ଘଟଣା ପ୍ରକାରେ ଗତକାଲି ରାତ୍ର ୧୦ଟା ପରେ ତା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ । ପାଖାପାଖି ରାତି ୧୧ଟା ସମୟରେ ଦୋକାନ ଭିତରୁ ଧୁଆଁ ବାହାରୁଥିବା ଥିବା ଦେଖି ଆଖପାଖ ଦୋକାନୀ ଏକାଠି ହୋଇ ଦୋକାନରେ ନିଆଁ ଲାଗିଥିଲା ଜାଣି ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୋକାନର ସମସ୍ତ ସାମଗ୍ରୀ ଓ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଦୋକାନରେ ଥିବା ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା କୁହାଯାଉଛି । ତେବେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ଭାବରେ ଜଣାପଡିନାହିଁ।


More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।