ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ 304 କେଜି700ଗ୍ରାମ ବେଆଇନ୍ ଗଞ୍ଜେଇ ଜବତ କରିଛି ପୋଲିସ୍ । ବାଲିଗୁଡ଼ା ପୋଲିସ୍ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ଜଙ୍ଗଲ ନିକଟରୁ ଗଞ୍ଜେଇ ଜବତ କରାଯାଇଥିବା ଜଣାପଡ଼ିଛି । ମାଫିଆ ପେରାର ଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଘଟଣାରେ ବାଲିଗୁଡ଼ା ଥାନା କେସ୍ ନଂ –168 /୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି ବାଲିଗୁଡ଼ା ଥାନା ଅଧିକାରୀ ଶ୍ରୀ ବାବା ଶଙ୍କର ସରାଫ ।


More Stories
କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଠାବ ହୋଇଛି। କେନ୍ଦୁଝର ଜିଲ୍ଲା ଘଟଗାଁ ଜଙ୍ଗଲରେ।
ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପର ୪ ଅଧିକାରୀ ଗିରଫ ।
ବନ୍ଧୁକ ଦେଖାଇ ମହିଳାଙ୍କ ସୁନାଚେନ୍ ଲୁଟ୍ l