ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କରିପୋର୍ଟ
ବାଲିଗୁଡ଼ା: ଜଙ୍ଗଲରେ କଲରାପତରିଆ ବାଘ ଶୀକାର କରି ଛାଲ,ନଖ ବାହାରକରି ମାଂସ ଭାଗ ବାଣ୍ଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ବନାଞ୍ଚଳର ବାରବା ସେକ୍ସନର ବାଦଗଡ଼ ଜଙ୍ଗଲରେ । ବାଘ ଛାଲ,ନଖ ଓ କିଛି ମାଂସ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ସୂଚନା ପ୍ରକାରେ ବାଦଗଡ଼ ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କୁ ବାଘ ଆକ୍ରମଣ କରିଥିବା ଘଟଣା ଗତ ତିନି ତାରିଖରେ ବନବିଭାଗ ଜାଣିବା ପରେ ସମ୍ପୃକ୍ତ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଏଭଳି ସ୍ଥିତିରେ ଗତକାଲି ବିଳମ୍ବିତ ରାତିରେ ବାଦଗଡ଼ ଜଙ୍ଗଲରେ ବାଦଗଡ଼ ଗ୍ରାମର ୧୧ ଜଣ ବ୍ୟକ୍ତି ଜଙ୍ଗଲରେ ଏକ କଲରା ପତରିଆ ବାଘ ଶୀକାର କରିବା ପରେ ବାଘର ଛାଲ ଏବଂ ନା ବାହାର କରି ମାସଂ ଭାଗ ବାଣ୍ଟିଥିଲେ । ବିଶ୍ବସ୍ତ ସୂତ୍ରରୁ ଖବରପାଇ ବାରବା ଏବଂ ରାଇକିଆ ବନବିଭାଗ ମିଳିତ ଭାବେ ଜଙ୍ଗଲରେ ଚଢ଼ାଉ କରିଥିବାବେଳେ ଘଟଣାସ୍ଥଳରୁ ୧୧ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଆଜି ଫୁଲବାଣୀ ଡିଏଫ୍ଓ ପ୍ରଶାନ୍ତ ପଟେଲ୍ ଓ ଏସଟିଏଫ୍ ଟିମ୍ ରାଇକିଆ ବନାଞ୍ଚଳ କାର୍ଯ୍ୟାଳୟରେ ପହଁଚି ଯାଞ୍ଚ୍ କରିବା ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ବନ ବିଭାଗ ।
More Stories
ରାଇବନ୍ଧ ଗ୍ରାମ ପୋଖରୀ ପାଖରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।
୨୫ ହଜାର ଟଙ୍କା ପାଇଁ ସାଙ୍ଗ ନେଲା ସାଙ୍ଗର ଜୀବନ l
ଦଣ୍ଡକାଳୀଙ୍କ ହୁଣ୍ଡି ତାଡ଼ି ଲୁଟି ନେଲେ ଦୁର୍ବୁତ୍ତ