ରିପୋର୍ଟ :ଫିଲିପ କୁମାର ଦିଗାଲ. ବାଲିଗୁଡା
ମହାଶୟ ,
ଜାଣି ବହୁ ଖୁସି ଲାଗିଲା କି ଆପଣ ଆମ ଆଦିବାସୀ ଅଧ୍ୟୁଷିତ ବଣ ପାହାଡ଼ ଘେରା କନ୍ଧମାଳ ଜିଲ୍ଲା ଗସ୍ତରେ ଆସୁଛନ୍ତି । କନ୍ଧମାଳ ଜିଲ୍ଲାର ସାଧାରଣ ଲୋକ ବର୍ଷ ବର୍ଷ ଧରି ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ଜିଲ୍ଲାର ମୌଳିକ ସମସ୍ୟାର ସମାଧାନ ପାଇଁ ଗୁହାରୀ ଜଣେଇଛନ୍ତି ଓ ବହୁ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି କିନ୍ତୁ ବୋଧ ହୁଏ ତାହା ସରକାରଙ୍କ ନିକଟରେ ପହଞ୍ଚି ନାହିଁ । ଆଶା ଓ ବିଶ୍ୱାସ ବର୍ତ୍ତମାନ ଆପଣ ସେହି ସବୁ ସମସ୍ୟା ନିଜ ଆଖିରେ ଦେଖିବେ ଓ ତାହାର ସମାଧାନ କରି କନ୍ଧମାଳ ଜିଲ୍ଲା ବାସୀଙ୍କୁ ସଂମାନର ସହ ବଞ୍ଚିବା ପାଇଁ ସୁଯୋଗ ଦେବେ । କନ୍ଧମାଳ ଜିଲ୍ଲା ବାସୀଙ୍କ ସାଧାରଣ ସମସ୍ୟା ।
1. ଟିକାବାଲି ମାଲବାଣିଜ୍ୟ ସମବାୟ ସମିତିର ପୁନଃ ରୁଦ୍ଧାର ପାଇଁ 100 କୋଟି ଟଙ୍କା ଘୋଷଣା ସହ ବନ୍ୟାଜାତ ଦ୍ରବ୍ୟ କ୍ରୟ ପାଇଁ Monopoly ଲାଇସେନ୍ସ ପ୍ରଦାନ କରାଯାଉ ।
2. ବର୍ଷ 2008- 09 ରୁ ଜି. ଉଦୟଗିରି କୁ ଉପଖଣ୍ଡ ମାନ୍ୟତା ପ୍ରଦାନ କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଇ ପାରିଲା ନାହିଁ ତେଣୁ ରାଜ୍ୟ ସରକାର ଯଥା ଶୀଘ୍ର ଜି.ଉଦୟଗିରିରେ ଉପଖଣ୍ଡ କାର୍ଯ୍ୟାଳୟ କାର୍ଯ୍ୟକାରୀ କରନ୍ତୁ
3. କନ୍ଧମାଳ ଜିଲ୍ଲାର ଗର୍ଵ ଓ ଗୌରବ ହଳଦୀ ଚାଷ ବର୍ତ୍ତମାନ ଲୋପ ପାଇବାକୁ ବସିଲାଣି କାରଣ ହଳଦୀ ଚାଷ ପାଇଁ ଯେତିକି ପରିଶ୍ରମ ହେଉଛି ସେହି ଅନୁସାରେ ପାରିଶ୍ରମିକ ମିଳି ପାରୁ ନାହିଁ । ତେଣୁ ହଳଦୀ ର ସର୍ବନିମ୍ନ ଡର କିଲୋ ପ୍ରତି 100 ଟଙ୍କା ଧାର୍ଯ୍ୟ କରାଯାଉ ଓ ହଳଦୀ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯାଉ ।
4. କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ପର୍ଯ୍ୟଟନୀ ସ୍ଥଳୀର ବିକାଶ କରିବା ସହ ଜିଲ୍ଲାକୁ Ecotourism ଓ ପର୍ଯ୍ୟଟନ ଜିଲ୍ଲା ଭାବେ ଘୋଷଣା କରାଯାଉ ।
5. ସାଧାରଣ ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚି ପାରୁ ନାହିଁ ଓ ଜନସାଧାରଣ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ତେଣୁ ବ୍ରାହ୍ମଣୀଗାଁକୁ ଏକ ବ୍ଲକ ଘୋଷଣା କରାଯାଉ ।
6. କନ୍ଧମାଳ ଜିଲ୍ଲାରେ ପ୍ରତ୍ୟେକ ବ୍ଲକ ସ୍ତରରେ ଥିବା କାର୍ଯ୍ୟାଳୟ ଓ ITDA କାର୍ଯ୍ୟାଳୟରେ ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଛି । ଗରିବ ସାଧାରଣ ଲୋକ ପ୍ରଶାସନ ଦ୍ୱାରା ନ୍ୟାୟ ପାଇ ପାରୁ ନାହାଁନ୍ତି ତେଣୁ ଜିଲାରେ ଭିଜିଲାନ୍ସ ବିଭାଗକୁ active କରାଯାଉ ।
7. କନ୍ଧମାଳ ଜିଲ୍ଲାରେ ବହୁ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି କିନ୍ତୁ ସାଧାରଣ ଗରିବ ଆଦିବାସୀଙ୍କ ର ଉନ୍ନତି ହେଇ ପାରୁ ନାହିଁ ସେଥିପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରି ଯୋଜନାର ସଫଳ ରୂପାୟନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉ
8. କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଆଦିବାସୀ, ଗରୀବ ଓ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଜିଲ୍ଲା ଭିତରେ ରୋଜଗାର ସୁଯୋଗ ସୃଷ୍ଟି କରିବା ପାଇଁ ହଳଦୀ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହ ବିଭିନ୍ନ ପ୍ରକାରର କୁଟୀର ଶିଳ୍ପ, ଓ ବ୍ୟବସାୟକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଉ
9. କନ୍ଧମାଳ ଜିଲ୍ଲାରେ land settlement କାର୍ଯ୍ୟ ତ୍ୱରାନ୍ୱିତ କରାଯାଉ ।
10. କନ୍ଧମାଳ ଜିଲ୍ଲାର ସମସ୍ତ ସାଧାରଣ ଲୋକଙ୍କ ସୁବିଧା ସୁଯୋଗ ପାଇଁ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରେ ଏକ କନ୍ଧମାଳ ଭବନ ନିର୍ମାଣ କରାଯାଉ ।
ଜିଲ୍ଲାର ଲକ୍ଷ ଲକ୍ଷ ସାଧାରଣ ଲୋକ ଆପଣଙ୍କ ଗସ୍ତକୁ ଅପେକ୍ଷା କରିଛନ୍ତି ଓ ବିଶ୍ୱାସ କରୁଛନ୍ତି ଯେ ଆପଣଙ୍କ କନ୍ଧମାଳ ଜିଲ୍ଲା ଗସ୍ତ ବୃଥା ଯିବ ନାହିଁ ନିଶ୍ଚିତ ଭାବରେ ଆପଣ କନ୍ଧମାଳ ଜିଲ୍ଲାର ଗରୀବ, ଆଦିବାସୀ, ଦଳିତ , ମହିଳା ଓ ଯୁବକ ଯୁବତୀ ମାନଙ୍କ ଅନ୍ତରର ବେଦନା ଶୁଣିବେ ଏବଂ ଉପର ଲିଖିତ ସାଧାରଣ ଲୋକଙ୍କ ଦାବିପତ୍ର ପୂରଣ ପାଇଁ ନିଶ୍ଚିତ ଭାବରେ ଘୋଷଣା କରିବେ । ଅନୁରୋଧ କି ଲୋକ ଙ୍କ ମନରେଗା କାର୍ଯ୍ୟକୁ JCB ମିସିନୀ ରେ କାମ କରାଉ ଛନ୍ତି
*ନିବେଦକ*
*କନ୍ଧମାଳ ଜିଲ୍ଲାର ସାଧାରଣ ଲୋକଙ୍କ ତରଫରୁ
ଶ୍ରୀ ପ୍ରତାପ କୁମାର ପ୍ରଧାନ


More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.