କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ମିଡ଼ିଆ କିଆ ପଞ୍ଚାୟତ ବରିକିଆ ଗ୍ରାମର ଅର୍ଜୁନ ଦିଗାଲ ଯୌତୁକରେ ବାଇକ ମାଗିବାରୁ ତା ସ୍ତ୍ରୀ ସମସ୍ତଙ୍କ ସାମ୍ନାରେ ମଙ୍ଗଳ ସୂତ୍ର, ଶଙ୍ଖା ଚୁଡ଼ି ଖୋଲି ଦେଇ ବାପ ଘରକୁ ଫେରିଗଲା ନବବିବାହିତା କନ୍ୟା ! ଏହି ଘଟଣା ଏବେ ବାଲିଗୁଡା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ତୁମୁଡିବନ୍ଧ ଥାନା ସିର୍ଲା ପଞ୍ଚାୟତ ସାରୁପାଟା ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ ଗତ ୯ ତାରିଖରେ ବାଲିଗୁଡା ଥାନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲ ନାମକ ଯୁବକଙ୍କୁ ବିବାହ କରିଥିଲା ଆଉ ପରଦିନ କନ୍ୟା ପକ୍ଷ ଲୋକେ ବର ଘରକୁ ଆସିଥିବା ସମୟରେ ଯୌତୁକରେ ବାଇକ ଦେବାକୁ ବର ଦାବି କରିଥିଲା ଏହି ସମୟରେ ନବବଧୂ ଯୌତୁକକୁ ବିରୋଧ କରିବା ସହ ସଭା ମଧ୍ଯରେ ମଙ୍ଗଳ ସୂତ୍ର ସହ ଶଙ୍ଖା ଚୁଡ଼ି ଖୋଲି ଦେଇ ବାପା ଘରକୁ ଚାଲି ଯାଇଥିଲା l ଦୁର୍ଗମ ଇଲାକାରେ ବସବାସ କରୁଥିବା ଝିଅର ଏଭଳି ନିଷ୍ପତି ସହ ତାର ସାହସକୁ ନେଇ ଏବେ ସେ ଚର୍ଚ୍ଚାରେ ରହିଛି ଅନ୍ୟପଟେ ବର ଘର ଲୋକେ ଯୌତୁକରେ ବାଇକ ମାଗିବା ଘଟଣା ମିଛ ବୋଲି କହିବା ସହ ଆମକୁ ଏବେ ଝିଅ ଦରକାର ବୋଲି କହିଛନ୍ତି ଅର୍ଜୁନର ବାପା ମା ଓ ନବଵିଭାହିତ ଅର୍ଜୁନ ମଧ୍ୟ ନିଜେ କହିଥିବା କଥାକୁ ନେଇ ନିଜ ସ୍ତ୍ରୀ ଦେବକି ଙ୍କୁ କ୍ଷମା ମାଗିବା ସହିତ ଶାଶୁ ଶଶୁର ତଥା ସାରୁ ପାଟା ଗ୍ରାମ ବାସୀଙ୍କୁ ଗଣମାଧ୍ୟମ ସମୁଖରେ ଭୁଲ ମାନି ନେଇଛନ୍ତି l ଯୁବ ପିଢ଼ି ମାନଙ୍କୁ ଅନୁରୋଧ କରିଛନ୍ତିଯେ ଯୌତୁକ ମାଗିବା ଅପରାଧ ଅଟେ ଯାହା ମୁ ବୁଝି ପାରିଲି ବର୍ତ୍ତମାନ ମୋତେ ମୋ ସ୍ତ୍ରୀ ଦେବକି ଧରକାର ଗାଡ଼ି ନୁହେଁ l
ନିଜ ଭୁଲକୁ ବୁଝି ପାରି ଅର୍ଜୁନ ଦିଗାଲ ଫେରିଛନ୍ତି ନିଜ ସ୍ତ୍ରୀଙ୍କ ପାଖକୁ l


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ