ବାଲୁଗାଁ ସହର ର ମୁଖ୍ୟ ରାସ୍ତା ପାଲିଟିଛି ମରଣ ଯନ୍ତା ପ୍ରଶାସନ ଘୋର ନିଦ୍ରାରେ l

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର 5 ନମ୍ବର ପୁରୁଣା ଜାତୀୟ ରାଜପଥ  ମୁଖ୍ୟ ରାସ୍ତା ପାଲିଟିଛି ମରଣ ଯନ୍ତା, ଦୀର୍ଘ ଦିନ ଧରି ଏହି ରାସ୍ତା ରେ ବହୁ ଗର୍ତ୍ତ ମାନ ହେବାର ଦେଖିବାକୁ ମିଳୁଛି ! ନା ଏହାର ଠିକରେ ମରାମତି ହେଉଛି ନା କୋଉ ବାବୁମାନଙ୍କ ର ନଜର ପଡୁଛି , ଏହିପରି ଶୋଚନୀୟ ଭାବରେ ପଡ଼ିରହିଛି ମୁଖ୍ୟ ରାସ୍ତାଟି ! ବାଲୁଗାଁ ସହରଟି ଏସିଆ ମହାଦେଶର ସର୍ବବୃହତ ଲୁଣାହର୍ଦ ଚିଲିକା ଏଠାକୁ ହଜାର ହଜାର ଏମିତି ପ୍ରତିଦିନ ଶହ ଶହ ଯାନବାହାନ ଯାତାୟାତ କରୁଥିଲେ ମଧ୍ୟ ଏହି ରାସ୍ତାରେ ଉପରେ କୌଣସି ବାବୁ ମାନଙ୍କର ଦୃଷ୍ଟି ପଡୁନି ! ଏହି  ମୁଖ୍ୟ ରାସ୍ତା ଦିନକୁ ଦିନ ଅତ୍ୟନ୍ତ ଦୟନୀୟ ଅବସ୍ଥା ଦେଇ ଗତି କରୁଛି !

ଯାହାଦ୍ଵାରା ଜନସାଧାରଣ ଓ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମୁଖୀନ ହେବାକୁ ପଡୁଛି  ! ଯାନବାହାନ ତ ଯିବାର ଦୂର କଥା ହେଲେ ଏହି ରାସ୍ତାରେ ସାଧାରଣ ଲୋକଟି ଚାଲିକି ଯିବାଟା ବହୁତ ବିପଦପୂର୍ଣ ହୋଇଯାଉଛି ! ଆମ ରିପୋର୍ଟର.ଏନେଇ NAC ର କାର୍ଯ୍ୟନିର୍ବାହୀ ଅଧିକାରିଣୀ ଙ୍କ ସହ ପଚାରି ବୁଝିବାରୁ ସେ କହିଲେ ଏହି କାମ ଆମର ନୁହେଁ ,  ଏହା PWD ର କାମ ତାଙ୍କୁ ପଚାରନ୍ତୁ  ! ଆଉ PWD ର ଆସିଷ୍ଟାଣ୍ଟ ଇଂଜିନିୟର ଙ୍କ ସହ ସମ୍ପର୍କ କରିବାରୁ ସେ କହିଲେ ହଁ ଚିଠି କରାଯାଇଛି  କାମ ହେବ, ହେଲେ କେବେ ଚିଠି କରାଯାଇଛି ସେ ବିଷୟ ରେ କିଛି କହିଲେ ନାହିଁ ! ଏଠି ପ୍ରଶ୍ନ ଉଠୁଛି ବର୍ଷ ବର୍ଷ ଧରି ଏହି ରାସ୍ତା ଖରାପ ହୋଇପଡ଼ିଛି  କେବେ କାମ ହେବ ତାହାର ସନ୍ତୋଷ ଜନକ ଉତ୍ତର ମିଳିପାରିଲା ନାହିଁ ! ଏଠାକାର ପ୍ରଶାସନ ସବୁ ନ ଦେଖିବା ଭଳି ଚୁପ ହେଇ ବସିରହିଛି  !  ଆଉ ବାକି ରହିଲା ଏହି ରାସ୍ତା ସ୍ଥାୟୀ ଭାବରେ କେବେ କାମ ହେଉଛି  ! ଏନେଇ ଜିଲ୍ଲା ପ୍ରଶାସନ ଆଉ ରାଜ୍ୟ ସରକାର ଏହି ଦିଗରେ ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି l

error: Content is protected !!