ବାଲୁଗାଁ ଏନ୍ ଏ ସି  ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ ଙ୍କ ପ୍ରଚେଷ୍ଟାରେ ଦୀର୍ଘ ଦିନରୁ ଅପେକ୍ଷା କରିଥିବା ପିଇବା  ପାଣି ଲାଇନର ଶୁଭ ଉଦଘାଟନ

ଚିଲିକା।୧୩/୦୬(ଆ.ପ୍ର.): ଖୋର୍ଦ୍ଧା ଜିଲ୍ଲା   ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ତିନି ନମ୍ବର ୱାର୍ଡ ମୁସଲମାନ ସାହି, ସହିଦ ନଗର  ରେ ଏନ୍ ଏ ସି  ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ ଙ୍କ ପ୍ରଚେଷ୍ଟାରେ ଦୀର୍ଘ ଦିନରୁ ଅପେକ୍ଷା କରିଥିବା ପିଇବା  ପାଣି ଲାଇନର ଶୁଭ ଉଦଘାଟନ କରାଗଲା। ଦୀର୍ଘ ଦିନରୁ   ପାଣିପାଇଁ ସହିଦ ନଗର ଗ୍ରାମବାସୀ ପାଣି ଲାଇନ ପାଇଁ ଦାବିକରି ଆସୁଥିବା ବେଳେ ଆଜି ଗ୍ରାମବାସୀଙ୍କର ଦାବିକୁ ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ ପୂରଣ କରିବାରେ ସହାୟକ ହୋଇଛନ୍ତି

।ଉକ୍ତ ଉଦଘାଟନ ସମାରୋହରେ ଅଧ୍ୟକ୍ଷା ଙ୍କ ସହିତ ଉପାଧ୍ୟକ୍ଷ ଭଗବାନ ପ୍ରଧାନ,କାଉନସିଲର ଲକ୍ଷ୍ମୀଧର ସେଠି, ମମତା ପଣ୍ଡା, ଅଭିମନ୍ୟୁ ସ୍ବାଇଁ, ଅନିତା ସ୍ବାଇଁ, ସୁଜାତା ପଣ୍ଡା, ପ୍ରମୁଖ ବିଜେଡ଼ି ର ବରିଷ୍ଠ ନେତ୍ରୁ ବୃନ୍ଦ ଉପସ୍ଥିତ ଥିଲେ। ତିନି ନମ୍ବର ୱାର୍ଡର ସହିଦ ନଗର ବାସିନ୍ଦା. ସେକ ଅତାଉଲ୍ଲା ଓରଫ (ବେନା )ସେକ ଇମ୍ରାନ ଓରଫ (ପପୁ ) ଙ୍କ ସହ ସମସ୍ତ ୱାର୍ଡବାସୀ ଉଦଘାଟନ ସମାରୋହରେ ଉପସ୍ଥିତ ଥିଲେ।  ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ ପିଇବା ପାଣି ସମସ୍ୟା ବାଲୁଗାଁ ଓ ଚିଲିକା ଅଞ୍ଚଳରେ ଜନସାଧାରଣ ଙ୍କୁ ପ୍ରବଳ ମାତ୍ରାରେ ପ୍ରଭାବିତ କରୁଛି।ଏହି ସମୟରେ ଅଧ୍ୟକ୍ଷାଙ୍କର ତ୍ୱରିତ ପଦକ୍ଷେପ ସମସ୍ତ ଗ୍ରାମବାସୀ ମାନଙ୍କୁ ବେଶ୍ ଉତ୍ସାହ ପ୍ରଦାନ କରିଛି।

error: Content is protected !!