ଚିଲିକା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ରେଭିନିୟୁ କାର୍ଯ୍ୟାଳୟ ଠାରୁ ବାହାରି ଅଶୋକI ପଡିଆ ଠାରେ ବିଜେପି, ଓ ବିଜେଡି ର ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏଠାରେ ବିଜେପି ବିଜେଡି କୁ ବିଭାହ କରିଛି କଂଗ୍ରେସ I ଉଭୟ ଦଳର ଦଳୀୟ ଚି଼ହ୍ନ ମୁଖରେ ଲଗାଇ ଵର କନ୍ୟା ବେଶରେ ଫୁଲ ମାଳ ପିନ୍ଧାଇଥିଲେ ଗମ୍ଭାରୀମୁଣ୍ଡା ବଜାରକୁ ଆସିଥିବା ଗ୍ରାହକ ମାନେ ଏଭଳି ବାହାଘର ଦେଖିବା ପାଇଁ ବେଶ ଭିଡ଼ ଜମାଇଥିଲେ I ପୁରୋହିତ ମନ୍ତ୍ର ପାଠ କରିବା ସହିତ ଉପସ୍ଥିତ ବରଯାତ୍ରୀ ଏକ ହଜାର ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ହୁଳହୁଳି ପକାଇବା ସହିତ ଧୁମ ଧଡକ ବାଜIରେ କର୍ମୀ ମାନେ ନାଚି ଉଠିଥିଲେ I

ଜିଲ୍ଲା କଂଗ୍ରେସ ଉପ ସଭାପତି କହିଥିଲେ ଅଶ୍ୱିନୀ ବୟୀଷ୍ଣବ ଙ୍କୁ ବିଜେଡି ସମର୍ଥନ ଦେଇଥିବାରୁ ବିଜେପି ଓ ବିଜେଡି ମଧ୍ୟରେ ରାମ ଲଖଣ ଙ୍କ ର ସମ୍ପର୍କ ରହିଛି I ଏହି ପରିପେକ୍ଷୀ ରେ ଆଜି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ଉପ ସଭାପତି ପ୍ରଦୀପ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ, ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଉଗ୍ରସେନ ବିଶ୍ୱାଳ,ଛାତ୍ର କଂଗ୍ରେସ ସଭାପତି ଧର୍ମେନ୍ଦ୍ର ସାହୁ, ଯୁବ କଂଗ୍ରେସ ସଭାପତି ଗୋପୀନାଥ ରଣା, ଏନ ଏସି ସଭାପତି ବିଜୟ ରଥ, ବାଣପୁର ବ୍ଲକ ସଭାପତି ଅକ୍ଷୟ ମହାପାତ୍ର,ଚିଲିକା ବ୍ଲକ ସଭାପତି ହୁଲାଷ ସାହୁ, କଳ କଳେଶ୍ୱର ପଞ୍ଚାୟତ ର ସଭାପତି ସରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I


More Stories
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ