ପୁରୀ (ଆମ ଓଡ଼ିଶା ଖବର )ଗିରଫ ଅଭିଯୁକ୍ତ ହେଉଛି ପୁରୀ ଟାଉନ ଥାନା ଅନ୍ତର୍ଗତ ଚୁଡଙ୍ଗ ସାହି ଖୁଣ୍ଟିଆ ବଗିଚା ର ହରି ଭୋଇ (୨୨) ଓରଫ ଗଣେଶ । ସୂଚନା ଅନୁଯାୟୀ ଗତ ଶନିବାର ବିଳମ୍ବିତ ରାତିରେ ଟାଉନ ଥାନା ଅନ୍ତର୍ଗତ କାଲିକାଦେବୀ ସାହି ଭଣ୍ଡାରୀ ଗଲି ରେ ଜନୈକ ବ୍ୟକ୍ତିଙ୍କ ଘରୁ ଦୁଇଟି ମୋବାଇଲ ଓ ନଗଦ ୧୫ ହଜାର ଟଙ୍କା ଚୋରି ହେବାର ଖବର ପାଇଥିଲା ପୋଲିସ । ପରବର୍ତ୍ତୀ ମୁହୂର୍ତ୍ତରେ ୨୪ ଘଣ୍ଟା ନ ପୁରୁଣୁ ପୋଲିସ କବ୍ଜାରେ ଥିଲା କୁଖ୍ୟାତ ଚୋର ଗଣେଶ । ଅଭିଯୁକ୍ତ ବିରୁଦ୍ଧରେ କେଶ ନଂ ୫୯/୨୪ ରୁଜୁ ହେବା ସହ ଅଭିଯୁକ୍ତ ନିକଟରୁ ଦୁଇଟି ମୋବାଇଲ ଫୋନ ସହ ନଗଦ ୧୫୦୦ ଟଙ୍କା ଜବତ କରିଛି ପୋଲିସ ।
ପୁରୀ ଟାଉନ ଥାନା ପୋଲିସ ଦ୍ୱାରା କୁଖ୍ୟାତ ଚୋର ଗିରଫ ।


More Stories
ଲାଞ୍ଚ ନେଇ ହଳଦିଆ ସ୍ୱାସ୍ଥ୍ୟ କର୍ମୀ ୧୦୦୦ ଟଙ୍କା ନେଇ ଭିଜିଲାନ୍ସ ଦ୍ୱାରା ବନ୍ଧା ହେଲେ।
ଯୁକ୍ତ ଦୁଇ ପରୀକ୍ଷାରେ ସଫଳତା ପାଇଲେ ହିମାଂଶୁ
ଜଣାଶୁଣା ସମାଜସେବୀଙ୍କ ପରଲୋକ