ବାଣପୁର ମା’ ଭଗବତୀ କଲା ନିକେତନର ଜିଲ୍ଲା ସ୍ତରୀୟ କୁର୍ତ୍ତିତ୍ୱ.

ଜିଲ୍ଲା ସ୍ତରୀୟ ୟୁଥ ୟୁଭା ଫେସ୍ଟିଭାଲ ଚିଲିତ ବର୍ଷ 2023 ପାଇଁ ପାଳନ ହୋଇଯାଇଅଛି. ଏହି ଜିଲ୍ଲା ସ୍ତରୀୟ ସଂସ୍କୁର୍ତ୍ତିକ କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିଲେ ଖୋର୍ଦ୍ଧା ଜିଲ୍ଲା ନେହେରୁ ୟୁଥ ୟୁଭା କେନ୍ଦ୍ର ଯାହା ମିନିଷ୍ଟର ଅଫ ୟୁଥ ଆଫୟାର ଓ ସ୍ପୋର୍ଟ ଗବରମେଣ୍ଟ ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ.

ଏହି ଡାନ୍ସ ପ୍ରତିଯୋଗିତା କୁ କରିବାପାଇଁ ସହଯୋଗ କରିଥିଲେ ରାଜା ମୋହନ ରାୟ ଡିଗ୍ରୀ କଲେଜ, ପଟିଆ, ଭୁବନେଶ୍ୱର ର ସମସ୍ତ କର୍ମ କର୍ତା ଓ ଶିକ୍ଷକ ଓ ଶିକ୍ଷୟତ୍ରୀ ଗଣ. ଏହା ଜିଲ୍ଲା ସ୍ତରୀୟ ହୋଇଥିବାରୁ ବିଭିର୍ଣ୍ଣ ଅଞ୍ଚଲ ରୁ ବହୁ କଳାକାର ଓ କଲା ଅନୁଷ୍ଠାନ ମାନ ଭାଗ ନେଇଥିଲେ ଏଠାରେ ପେଣ୍ଟିଙ୍ଗ, ପୋୟମ ରାଇଟିଙ୍ଗ, ଫୋଟୋଗ୍ରାଫ କମ୍ପିଟିସନ ଓ ସାଂସ୍କୃତିକ କଲା ପରିବେଷଣ ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା.

ଏହି ପ୍ରତିଯୋଗିତା ରେ ଆମ ବାଣପୁର ର ମା ଭଗବତୀ କଲା ନିକେତନ ର କଳାକାର ମାନେ ଓଡିଶୀ କଲା ନୁର୍ତ୍ୟ ରେ ଭାଗ ନେଇ ପ୍ରଥମ ସ୍ଥାନ ଅକ୍ତିଆର କରଥିଲି .ମା ଭଗବତୀ କଲା ନିକେତନ ର ଗୁରୁ ହରପ୍ରିୟା ବାରିକ ଓ ଓଡିଶୀ ଗୁରୁ ଗୁରୁ ପ୍ରଭାକର ସ୍ୱାଇଁ ସହିତ ଆୟୁଷି ପଟ୍ଟଯୋଶୀ, ବର୍ଷା ପ୍ରିୟଦର୍ଶିନୀ ମାର୍ଥା, ଅସ୍ମିତା ସାହୁ,ରୁଚିସ୍ମିତା ଜେନା,ଯାଜ୍ଞସ୍ମିତା ପାଢ଼ୀ, ସ୍ମରଣିକା ଶତ୍ରୁ୍ସଲ୍ୟ,ରାଜସ୍ମିତା ମଳିକ “

ମୋ ଓଡିଶା ” ଗୀତ ରେ ଓଡିଶୀ ନୁର୍ତ୍ୟ ପରିବେଷଣ କରି ପୁରା ଖୋର୍ଦ୍ଧା ଜିଲ୍ଲା ରେ ପ୍ରଥମ ସ୍ଥାନ ପାଇଁ ବାଣପୁର କୁ ଗୌରବାନିତ କରିଛନ୍ତି. ଏଥିପାଇଁ ମା ଭଗବତୀ କଲା ନିକେତନ ସଂସ୍ଥା କୁ ଓ କଳାକାର ମାନଙ୍କୁ ଆଇନଜୀବୀ, ସମାଜସେବୀ,ବୁଦ୍ଧିଜୀବୀ, ସାମ୍ବାଦିକ ଓ ବାଣପୁର ଅଂଚଳ ର ଜନସାଧାରଣ ମାନଙ୍କ ତରଫରୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି.

error: Content is protected !!