ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳ ଜିଲ୍ଲା ରେ କାର୍ଯ୍ୟରତ ଥିବା ଆଉଟ୍ ସ୍ୱର୍ସିଙ୍ଗ କର୍ମଚାରୀ ମାନଙ୍କର ଆବାହକ ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ବରେ ଏକ ବିଶାଳ ରାଲି ସ୍ଥାନୀୟ ମାଦିକୁନ୍ଦା ଛକ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କ ଅଫିସ୍ ଘେରାଉ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି l ସମସ୍ତ ଆଉଟ୍ ସ୍ୱର୍ସିଙ୍ଗ କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳାର ସହ ବିଭିନ୍ନ ନାରାବାଜି କରିଥିଲେ l ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଧେଶ୍ୟରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପଟେଲ ଙ୍କ ଜରିଆରେ ଏକ ଦଶ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି l ଦାବୀ ଗୁଡ଼ିକ ହେଲା ସମସ୍ତ ଆଉଟ୍ ସ୍ୱର୍ସିଙ୍ଗ କର୍ମଚାରୀ ମାନଙ୍କୁ ନିୟମିତ କରିବା, ନିୟମିତ କରଣ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ, ଚାକିରି ସୁରକ୍ଷା ଏବଂ ବିଭାଗ କାର୍ଯ୍ୟାଳୟ ଦ୍ୱାରା ସିଧାସଳଖ ଦରମା ପ୍ରଦାନ କରାଯିବା, ଗ୍ରୁପ୍ “ବି” ପାଇଁ ମାସକୁ ୪୦,୦୦୦/ – ଟଙ୍କା, ଗ୍ରୁପ୍ “ସି” ପାଇଁ ମାସକୁ ୩୦,୦୦୦ / – ବୃଦ୍ଧି ଏବଂ ଗ୍ରୁପ୍ “ଡି” କର୍ମଚାରୀଙ୍କ ପାଇଁ ବର୍ତ୍ତମାନର ବଜାର ମୂଲ୍ୟକୁ ବିଚାର କରି ମାସିକ୨୧,୦୦୦ /-, ଦରମା ପ୍ରଦାନ କରିବା, ଆଉଟ୍ ସ୍ୱର୍ସିଙ୍ଗ କର୍ମଚାରୀ ଙ୍କ ଭିଡିଓ FD ଅର୍ଡର ନମ୍ବରକୁ ଅନୁମତି ଅନୁଯାୟୀ ୨୫% ପାରିଶ୍ରମିକର ବୃଦ୍ଧି, ଯେଉଁ କର୍ମଚାରୀମାନେ ୬ ବର୍ଷରୁ ଅଧିକ ସେବା ଯୋଗାଇ ଦେଇଛନ୍ତି ସେମାନେ କୌଣସି ଦୁର୍ଘଟଣା ହେତୁ ଅକ୍ଷମ ହୋଇଯାଆନ୍ତି, ସରକାରୀ କର୍ମଚାରୀଙ୍କ ପରି ବୀମା ରାଶି ପ୍ରଦାନ କରାଯିବ l ତା ସହିତ ତାଙ୍କର ଜଣେ ଆଇନଗତ ଉତ୍ତରାଧିକାରୀ ଙ୍କୁ ମାନବିକତା ଦୃଷ୍ଟିରୁ ଆଉଟ୍ ସ୍ୱର୍ସିଙ୍ଗ / ଦୈନିକ ମଜୁରୀ / ସ୍କିମ୍ ଆଧାର ଭାବରେ ଯୋଗଦାନ ପ୍ରଦାନ କରାଯିବ l ମହିଳା କର୍ମଚାରୀ ମାନଙ୍କୁ ମଧ୍ୟ ସେମାନଙ୍କ ଯୋଗଦାନ ଅବଧିରେ 2 ଗୁଣ ମାତୃତ୍ୱ ଛୁଟି ଅନୁମତି ଦିଆଯିବ ଉଚିତ ବୋଲି ଦାବୀ ଗୁଡିକ ରଖିଛନ୍ତି l ଉକ୍ତ ଧାରଣାରେ ଜାଗ୍ରତ କନ୍ଧମାଳ ଓଡ଼ିଶାର ପ୍ରତିଷ୍ଠାତା ଓ ସାଧାରଣ ସମ୍ପାଦକ ତଥା ଆଇନଜୀବୀ ସତ୍ୟ ନାରାୟଣ ବେହେରା ଆଉଟସୋରସିଂ କର୍ମଚାରୀଙ୍କ ଦାବୀ ନ୍ୟାୟ ସଂଗତ ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବୀ ଗ୍ରହଣ କରି ସ୍ଥାୟୀ ନିଯୁକ୍ତି ଦିଆଯିବା ଉଚିତ୍ ବଲି ସମର୍ଥନ କରିଥିବା ଗଣମାଧ୍ଯମ ଆଗରେ ପ୍ରକାଶ କରିଥିବା ବେଳେ ସେହିପରି
( P R E A H M ) ର ପ୍ରତିଷ୍ଠାତା ଚ୍ୟାର୍ମେନ୍ କମ୍ ଡାଇରେକ୍ଟର୍ ତଥା ଷ୍ଟେଟ୍ ଆର୍ଡଭାଇ ଜର୍ ସାମ୍ବାଦିକ କୁନା ଦିଗାଲ ଏହି ଆଉଟ୍ ସ୍ୱର୍ସିଙ୍ଗ କର୍ମଚାରୀ ମାନଙ୍କ ଦାବିରେ ସମର୍ଥନ କରିଛନ୍ତି l ଏହି ଧାରଣାରେ ସଂଗଠନର ସଭାନେତ୍ରୀ ବିଜୟ ଲକ୍ଷ୍ମୀ ପଣ୍ଡା,ଉପ ସଭାପତି ସତ୍ୟ ନାରାୟଣ ପଣ୍ଡା,ସମ୍ପାଦକ ଜିତେନ୍ଦ୍ର ମାର୍ଥାଙ୍କ ସମେତ ସଂଗଠନର ସମସ୍ତ୍ ସଦସ୍ୟ ଏବଂ ଜିଲ୍ଲା ର ସମସ୍ତ ଆଉଟ୍ ସୋରସିଂ କର୍ମଚାରୀ ମାନେ ଉପସ୍ତିତ ଥିଲେ l
More Stories
ପ୍ରାଚୀନ ରାମମନ୍ଦିର ପ୍ରାଙ୍ଗଣରେ ସତସଙ୍ଗ ଅନୁଷ୍ଠିତ!
SI OF POLICE, SARANKUL PS, NABBED BY ODISHA VIGILANCE WHILE TAKING BRIBE RS 4,000/-
ଆସିଷ୍ଟାଣ୍ଟ_ପ୍ରୋଜେକ୍ଟ ମ୍ୟାନେଜରଙ୍କ ଘରେ ରେଡ୍,